ହସିଲେ ତାଲିବାନ ଆତଙ୍କବାଦୀ

କାବୁଲ: ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଭାବରେ ନିଜ ନିୟନ୍ତ୍ରଣକୁ ନେଇସାରିଥିବା ତାଲିବାନ ଆତଙ୍କି ଗୋଷ୍ଠୀ ସଂପ୍ରତି ସେଠାରେ କଠୋର ଇସଲାମୀୟ ଆଇନ ଲାଗୁ କରିବାରେ ଲାଗିଛନ୍ତି। କଥା ଓ କାମରେ ସଂପୂଣ୍ଣଁ ଭିନ୍ନ କରୁଥିବା ତାଲିବାନ ଆତଙ୍କିମାନେ ବିଶ୍ୱବାସୀଙ୍କର ଆସ୍ଥା ଜିତିବାକୁ ଛଳନା କରି ମହିଳା ସରକାରୀ କର୍ମଚାରୀ, ବ୍ୟାଙ୍କରେ ଥିବା ମହିଳା କର୍ମଚାରୀ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ କହିଛନ୍ତି। ଏପରିକି ମହିଳା ଡାକ୍ତରମାନେ ରୋଗୀସେବା ଜାରି ରଖିବାକୁ ସେମାନେ କହିଛନ୍ତି। ଅନ୍ୟପକ୍ଷରେ ସେହି ଆତଙ୍କି ଗୋଷ୍ଠୀ ଘରକୁ ଘର ଖୋଜି ୧୨ ବର୍ଷରୁ ଅଧିକ ବାଳିକା, ଯୁବତୀ ଓ ୪୫ ବର୍ଷରୁ କମ୍‍ ବିଧବାମାନଙ୍କୁ ବଳପୂର୍ବକ ଉଠାଇନେଇ ସେମାନଙ୍କୁ ବିବାହ କରୁଛନ୍ତି ଅଥବା ସେମାନଙ୍କୁ ଯୋ÷ନଦାସୀ କରି ରଖୁଛନ୍ତି। କାବୁଲର ଏକ ପାର୍କରେ ତାଲିବାନ ଭୟରେ ଆଶ୍ରୟ ନେଇଥିବା ୩୦୦ରୁ ଅଧିକ ମହିଳାଙ୍କର ଗତ କିଛିଦିନ ହେଲା ପତ୍ତା ମିଳୁନାହିଁ। ଏହା ସେଠାକାର ଜଣେ ଯୁବତୀ ପ୍ରକାଶ କରିଛନ୍ତି। ତାଙ୍କର ଅସଲି ଚେହେରା ସେତେବେଳେ ଜଣାପଡିଲା, ଯେତେବେଳେ ତାଙ୍କୁ ମହିଳାଙ୍କୁ ନିର୍ବାଚିତ କରିବା ନେଇ ପ୍ରଶ୍ନ ପଚରାଗଲା। ଏଥିରେ ତାଲିବାନ ଆତଙ୍କିମାନେ ଖୁବ ଜୋରରେ ହସିଥିଲେ।

ଜଣେ ମହିଳା ସାମ୍ବାଦିକ ମହିଳାଙ୍କୁ ନିର୍ବାଚିତ କରାଇବା ପ୍ରସଙ୍ଗରେ ତାଲିବାନ ଆତଙ୍କିଙ୍କୁ ପ୍ରଶ୍ନ ପଚାରିବାରୁ ସେମାନେ ହସିବା ସହିତ ଇସଲାମୀୟ ଶାରିଆ ଆଇନ ଅନୁଯାୟୀ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିବ ବୋଲି କହିଥିଲେ। ତାଲିବାନମାନେ ଗଣତାନ୍ତ୍ରିକ ଶାସନକୁ ଗ୍ରହଣ କରିବେ ଏବଂ ଜନସାଧାରଣ ମହିଳାଙ୍କୁ ଭୋଟଦେଇ ନିର୍ବାଚିତ କରାଇବା ବ୍ୟବସ୍ଥା ଗ୍ରହଣ କରିବେ କି ବୋଲି ଏହି ମହିଳା ସାମ୍ବାଦିକ ପ୍ରଶ୍ନ କରିବାରୁ ଖୁବ ହସିଥିଲେ ତାଲିବାନ ଆତଙ୍କି। ଏଥିସହିତ ସେମାନେ କ୍ୟାମେରାମ୍ୟାନଙ୍କୁ କ୍ୟାମେରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାହାକୁ ନେଇ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଏବଂ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନ ପୁନର୍ବାର ଅନ୍ଧକାରମୟ ଦିନକୁ ଠେଲି ହୋଇଯାଉଛି ବୋଲି କହିଛନ୍ତି ଆଣ୍ଟୋନିଓ। କେବଳ ଚାଇନା, ତୁର୍କୀ, ପାକିସ୍ତାନ ଭଳି କିଛି ରାଷ୍ଟ୍ର ତାଲିବାନକୁ ସ୍ୱୀକୃତି ଦେବା ବିଷୟ ଘୋଷଣା କରିଥିବାବେଳେ ରୁଷ ସେମାନଙ୍କ ସହିତ ସାମିଲ ହୋଇଛି।

Leave a Reply

Your email address will not be published. Required fields are marked *