ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ସୋର : ପେଟ୍ରୋଲ ପମ୍ପରେ ଡକାୟତି l ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟ୍ କଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ସୋର ମହାବୀର ପେଟ୍ରୋଲ ପମ୍ପରୁ ଏହି ଲୁଟ ହୋଇଛି l ସିସିଟିଭି କ୍ୟାମେରାରେ ଲୁଟ ବେଳର ଦୃଶ୍ୟ କଏଦ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଥିବା ମହାବୀର ପେଟ୍ରୋଲ ପମ୍ପରୁ  ଶୁକ୍ରବାର ରାତି ପ୍ରାୟ ୧୧ ଟାରେ ଏହି ଲୁଟ ହୋଇଛି । ୩୦ ହାଜର ଟଙ୍କାରୁ ଅଧିକ ଟଙ୍କା ଲୁଟି ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଦୁଇ ଡକାୟତ ପେଟ୍ରୋଲ ପମ୍ପରେ ଥିବl ଅଫିସରେ ପଶି କର୍ମଚାରୀଙ୍କୁ ପ୍ରଥମେ ବନ୍ଧୁକ ଦେଖାଇ ଥିଲେ । ଏହାପରେ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଟେବୁଲ ଡ୍ରୟର ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଥିଲେ l ଦୁର୍ବୃତ୍ତଙ୍କୁ ଧରିବାକୁ ସୋର ପୋଲିସ ବିଭିନ୍ନ ସ୍ଥାନରେ ଛlନଭିନ ଚଳାଇଛି l

Leave a Reply

Your email address will not be published. Required fields are marked *