ଆଇଆଇସି ଧନେଶ୍ୱର ସାହୁ ସସ୍ପେଣ୍ଡ ପରେ କାହାକୁ ମିଳିବ ଜଳେଶ୍ୱର ଦାୟିତ୍ୱ ?

ଜଳେଶ୍ୱର : ( ସଞ୍ଜୟ ଦାସ ) କିଛି ଲାଞ୍ଚୁଆ ପୋଲିସ ବାଲାଙ୍କ ପାଇଁ ପୁରା ଖାକି ଡିପାର୍ଟମେଣ୍ଟ ହେଉଛି କଳଙ୍କ ଯାହାର ପ୍ରମାଣ ହେଉଛି ଆଜି ଚାକିରିରୁ ସସ୍ପେଣ୍ଡ ହୋଇଥିବା ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ । ଜଣେ ଡ୍ରଗ୍ସ ବେପାରୀଙ୍କ ଠାରୁ ଲାଞ୍ଚନେବା ଓ ଅଶୀଳ ଭାଷାରେ ଗାଳିକରିବାର ଓଡିଓ କ୍ଲିକ ହେଲା କାଳ। ଘଟଣାର ଚବିଶ ଘଣ୍ଟା ଭିତରେ ଆଇଆଇସିଙ୍କ ଉପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ପ୍ରଥମେ ରାତିଆଧିଆ ଜଳେଶ୍ୱର ଥାନରୁ ବାଲେଶ୍ଵର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି, ସକାଳ ହଉ ହଉ ସସ୍ପେଣ୍ଡ । ଯାହାକି ସାରା ଜୀବନ ପାଇଁ ଲାଗିଗଲା କଳଙ୍କର ଛିଟା । ତେବେ ତାହାରି ଭିତରେ କିଏ ଆସିବେ ଜଳେଶ୍ୱର ? କାହାକୁ ମିଳିବ ଜଳେଶ୍ୱର ଦାଇତ୍ୱ ? ଏ ନେଇ ଆରମ୍ଭ ହୋଇସାରିଛି ଅଙ୍କ କଷା। କଥା ହେଉଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ହେଉଛି ଏକ ସମ୍ବେଦନଶୀଳ ସହର ତଥା ପଶ୍ଚିମବଙ୍ଗ ସୀମା ସଂଲଗ୍ନ । ବିଶେଷ କରି ଡ୍ରଗ୍ସ , ଗଞ୍ଜେଇ , ଚୋରା ମଦ , ବନ୍ଧୁକ ,ଡକାୟତି ପ୍ରମୁଖ ବେପାରୀଙ୍କ ପାଇଁ ଉଦିଷ୍ଟ । ଯାହାକି ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ତେବେ କାହାକୁ ମିଳିବ ଜଳେଶ୍ୱର ଥାନା ଦାଇତ୍ୱ ? ମାଫିଆଙ୍କୁ କରିପାରିବେ ତ ସାବାଡ଼ ? ନା ରାଧେ ରାଧେ ତର ଅଧେକୁ ମୋର ଅଧେ ଭଳି ପୁଣି ଆସିବ ଅଭିଯୋଗ । ଯାହାକୁ ନେଇ ପୁରା ଖାକି ନହେଉ କଳଙ୍କ ! ଏଥିପ୍ରତି ପୋଲିସ ବିଭାଗର ବଡ ବାବୁ ମାନେ ଧ୍ୟାନଦେବା ଆବଶ୍ୟକ ା

Leave a Reply

Your email address will not be published. Required fields are marked *