ଜମି ଜମା ଘଟଣାକୁ କେନ୍ଦ୍ରକରି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ସୋର : ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ ଅଇଂରୀ ଗ୍ରାମର ସଂଯୁକ୍ତା କର ଏବଂ ସ୍ବାମୀ ସୁଶାନ୍ତ ଶେଖର ବେହାରଙ୍କୁ ଜମି ଜମା ଘଟଣାକୁ କେନ୍ଦ୍ରକରି ଛୁରୀ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅନନ୍ତପୁର ଫାଣ୍ଡିରେ ଉଭୟ ଦମ୍ପତି ଅଭିଯୋଗ ଆଣିଛନ୍ତି। ଘଟଣା ଅନୁଯାଇ ପାଖର ସ୍ଥିତ ସୁଧିର ଭୂଷଣ ମହାନ୍ତି ଅଦ୍ୟାବଧି ଚାଷ କରୁଥିବା ଖାତା ନମ୍ବର ୯୫୭ଓ୯୯୨ ଜମିକୁ ସଞ୍ଜୁକ୍ତା କରଙ୍କୁ ଲିଜ ସୁତ୍ର ଅନୁଶାରେ ୫ବର୍ଷ ପାଇଁ ଲିଜ ଦେଇଥିଲେ ା ସଞ୍ଜୁକ୍ତା କର ତାଙ୍କ ସ୍ବାମିଙ୍କୁ ନେଇ ଲିଜ ମୁତାବକ ଗଢିଆ ଖୋଳିବା ପାଇଁ ଯାଇଥିବା ସମୟରେ ଗୋପାଳ କୃଷ୍ଣ ବେଜ ସ୍ତ୍ରୀ ଏବଂ ତାଙ୍କ ଭାଇ ସତ୍ୟବାନ ବେଜ ଓ ମାନ ଗୋବିନ୍ଦ ବେଜ ଉକ୍ତ ଜମି ନିକଟରେ ପହଞ୍ଚି ହଠାତ୍ ଅତର୍କିତ ଭାବେ ଅକ୍ରମଣ କରିଥିଲେ। ସଂଯୁକ୍ତାଙ୍କ ସ୍ବାମୀଙ୍କୁ ମଧ୍ୟ ଅତି ଅମାନୁସିକ ଭାବେ ବିଲ ମଧ୍ୟରେ ମାଡ ମାରିଥିଲେ । ଯାହାକୁ ନେଇ ସେ ଅନନ୍ତପିର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୁଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତେବେ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ା ସଞ୍ଜୁକ୍ତାଙ୍କୁ ରାତ୍ରିରେ କିଛି ଅସାମାଜିକ ବ୍ୟକ୍ତି ଫୋନ କରି ଧମକ ଦେଉଥିବା ସେ ଜଣାଇଛନ୍ତି ା ତେବେ ତାଙ୍କୁ ତୁରନ୍ତ ନ୍ୟାୟ ଦିଆଜିବାକୁ ସେ ଦାବି କରିଛନ୍ତି ା

Leave a Reply

Your email address will not be published. Required fields are marked *