ସୋର ୟୁ.ଏନ. କଲେଜରେ ଝିଣ୍ଟିକା ମାରି ବଣି ପୋଷାଚାଲିଛି : କଲେଜ କାହା ବାପରନୁହଁ

ସୋର : ଛାତ୍ର ଛାତ୍ରିଙ୍କ ଅର୍ଥରେ ମନଇଛା ନିଯୁକ୍ତି ଦିଆଯାଇ କଲେଜ ଛାତ୍ର ଛାତ୍ରିଙ୍କ ଉପରେ ଅଧିକ ଅର୍ଥ ଚାପ ଲଦିଦେଉଛି ା ଯାହାକୁ ନେଇ ସୋର ୟୁ.ଏନ. କଲେଜ ଛାତ୍ର ଅସନ୍ତୋଷ ଦେଖାଦେଇଛି । କରୋନା ମହାମାରୀ ପାଇଁ କେନ୍ଦ୍ରସରକାର ଙ୍କ ଲକଡ଼ାଉନ ଓ ବିଦ୍ୟାର୍ଥୀ ଙ୍କ ପାଇଁ କଲେଜ କଟକଣା ର ଦୀର୍ଘ ୬ ମାସ ପରେ +୨ ଓ +୩ ବିଦ୍ୟାର୍ଥୀଙ୍କ ର ରିଆଡ଼ମିଶନ ସମୟ ଆସିଯାଇଛି,ରିଆଡ଼ମିଶନ ପାଇଁ ପିଲାମାନେ କଲେଜ କୁ ଆସି କୋଭିଡ଼ ନିୟମ କୁ ପାଳି ଆଡ଼ମିଶନ ହେବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହେବ ଭାବି କଲେଜ କର୍ତ୍ତୃପକ୍ଷ ଏହି ପ୍ରକ୍ରିୟାକୁ ଅନଲାଇନ କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ା କିନ୍ତୁ ଏନେଇ କଲେଜ ର +୨,+୩ ପିଲାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କରୋନା ମହାମାରୀ ରେ ଗୁଜୁରାଣ ନଥିବାରୁ ଜୀବନ ବଞ୍ଚେଇବା ପାଇଁ ଅତ୍ୟାବଶ୍ୟକ ଜିନିଷ ର ଆବଶ୍ୟକ ମେଣ୍ଟାଇବା ପାଇଁ ଅସମର୍ଥ ଥିବା କିଛି ଅଭିଭାବକ ମାନେ ଏବେ କିପରି ନିଜ ପିଲାଙ୍କର ରିଆଡ଼ମିଶନ କରିବେ ବୋଲି ପିଲାମାନେ ଯୁକ୍ତିବାଢ଼ୁଛନ୍ତି। ଖବର ମୁତାବକ ସେପ୍ଟେମ୍ବର ୯ ତାରିଖ ବୁଧବାର ସକାଳ ପ୍ରାୟ ୧୦ ଟା ସମୟରେ କିଛି କଲେଜର ଛାତ୍ର କଲେଜ କୁ ଆସି କଲେଜ ସମ୍ମୁଖରେ ଫିସ କମ କରିବା ଦାବିରଖି ଅଧ୍ୟକ୍ଷଙ୍କ ଆସିବା ଯାଏ ଧାରଣା ଦେଇଥିଲେ ା କିନ୍ତୁ ଅଧ୍ୟକ୍ଷ ବିଳମ୍ବରେ ଆସିବା ଯୋଗୁଁ ଧାରଣା ତୀବ୍ରରୂପ ନେଇଥିଲା,ପରେ ଅଧ୍ୟକ୍ଷଙ୍କ ଆସିବା ଦେଖି ଛାତ୍ରମାନେ ଅଧ୍ୟକ୍ଷ ଙ୍କ ଗାଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି, କାହିଁକି କଲେଜ କର୍ତ୍ତୃପକ୍ଷ ସର୍ବଦା ବିଳମ୍ବରେ ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ।ଅନ୍ୟପଟେ କଲେଜ ରେ ୩୪ ରୁ ଅଧିକ ଠିକା ସ୍ୱଳ୍ପ ବେତନ କର୍ମଚାରୀ ଅଛନ୍ତି ା ଏମାନଙ୍କୁ ବେତନ ବାବଦରେ ପ୍ରତ୍ୟେକ ମାସ ୨ ଲକ୍ଷ ରୁ ଅଧିକ ଟଙ୍କା ଲାଗିଥାଏ । ଉକ୍ତ ଠିକା କର୍ମଚାରିଙ୍କୁ ବେତନ ଦେବା କଷ୍ଟ ସାଧ୍ୟହେଉଛି ଏପଟେ ଛାତ୍ର ଛାତ୍ରିଙ୍କ ଫିସ କମାଇଲେ ସେମାନଙ୍କୁ ଦରମା ଦେଇହେବ ନାହିଁ ବୋଲି କତ୍ରୁପଖ୍ୟ କହୁଛନ୍ତି ା ଏଠି ପ୍ରଶ୍ନ ଉଠୁଛି କଲେଜରେ ଅର୍ଥ ନଥିଲା ବେଳେ ମନଇଛା କଣ ପାଇଁ ଏତେ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ? ଗରିବ ଛାତ୍ର ଛାତ୍ରିଙ୍କ ପାଖରୁ ଜୁଲମ କରି ଟଙ୍କା ଆଦାୟକରି ନିଯୁକ୍ତି ନାମରେ ହରିଲୁଟ ହେଉନିତ ? କାହିଁକି ଝିଣ୍ଟିକା ମାରି ବଣି ପୋଶୁଛି କଲେଜ ା ଅଧ୍ୟାପକଙ୍କ ଇଛାରେ କଣ କଲେଜ ଚାଲିଛିକି ? ଜଦି ଦରମା ଦେଇହେଉନି ଜେତେଜଣକୁ ଦେଇହେବ ସେଚେଜଣକୁ ଚାକିର ଦିଅନ୍ତୁ ା କାହାକୁ ରୋଜଗାର ଖ୍ୟମ କରିବାପାଇଁ ନିରିହ ଛାତ୍ର ଛାତ୍ରିଙ୍କୁ ନିର୍ଜାତନା ଦେବା କେତେଦୁର ଠିକ୍ ା ଆଗାମି ଦିନରେ କଲେଜ କତ୍ରୁପଖ୍ୟଙ୍କ ଦାଦାଗିରି ପାଇଁ କଲେଜ ତଳି ତଳାନ୍ତ ହେବନିତ ? କଲେଜକୁ କେହି ବାପ ସମ୍ପତି ନଭାବନ୍ତୁ ଇଏ କଲେଜ କାହା ବାପର ନୁହଁ ା

Leave a Reply

Your email address will not be published. Required fields are marked *