ଖୋର୍ଦ୍ଧା : ବିଜୁ ଜନତା ଦଳର ବିଜୟ ଶୋଭାଯାତ୍ରାରେ ମାତାଲ ହୋଇ ସଙ୍ଗୀତର ତାଳେ-ତାଳେ ଡ୍ୟାନ୍ସ କଲେ ସରକାରୀ କର୍ମଚାରୀ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଫୁ କରି ଧଜିଆ ଉଡେଇଲେ ଖୋଦ ସରକାରୀ କର୍ମଚାରୀ ।
ଗତ କିଛି ଦିନ ହେଲା ସରିଛି ଏନଏସି ନିର୍ବାଚନ । ନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳର ଶୋଭା ଯାତ୍ରାରେ ସାମିଲ ହୋଇ ବିଭିନ୍ନ ଆଧୁନିକ ଗୀତରେ ଡ୍ୟାନ୍ସ କରୁଛନ୍ତି ସରକାରୀ ବାବୁ ।
ଡ୍ୟାନ୍ସ କରୁଥିବା ବାବୁ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିର ଟାକ୍ସ କଲେକ୍ଟର ପ୍ରକାଶ ମହାପାତ୍ର । ଏକ ନିର୍ଦ୍ଦିଷ୍ଟ ଦଳର ଶୋଭାଯାତ୍ରାରେ ସାମିଲ ହୋଇ ଡ୍ୟାନ୍ସ କରୁଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରଲ ହେଉଛି ।
