ଅନୁଗୋଳ : ପାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଲେ ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଜାମୁନାଳୀ ପଞ୍ଚାୟତର କୁଈଓ ଜଙ୍ଗଲ ମୌଜା ଏବଂ କୁଈଓ ଗ୍ରାମବାସୀମାନେ ଦୀର୍ଘ ବର୍ଷ ହେବ ପିଇବା ପାଣି ପାଇଁ ସଂଘର୍ଷ କରି ଆସୁଥିବାବେଳେ ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । ଏମସିଏଲ ଭରତପୁର ପ୍ରତିବର୍ଷ ମାର୍ଚ୍ଚ, ଏପ୍ରେଲ, ମେ ମାସ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଥାଏ । ହେଲେ ଚଳିତ ବର୍ଷ ଏଥିରେ ବିଚ୍ୟୁତି ହୋଇଥିବା କହିଛନ୍ତି ଗ୍ରାମବାସୀ । ଫଳରେ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ପାନୀୟ ଜଳ ପାଇଁ ଘୋର ସଙ୍କଟ ଦେଖା ଦେଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ଏମସିଏଲ ଭରତପୁର ପକ୍ଷରୁ ପାନୀୟ ଜଳ ଆସିନାହିଁ ।
