ପୁରୀ : ରଥଯାତ୍ରା ଆଉ ମାତ୍ର ୯ ଦିନ ବାକି ଥିବାବେଳେ ପୁଣି ଅଶାନ୍ତ ହୋଇଛି ଶ୍ରୀକ୍ଷେତ୍ର । ଗ୍ରୋସରୀ ଦୋକାନ ଉପରକୁ ତିନି ଜଣ ଦୁର୍ବୃତ୍ତ ବୋମାମାଡ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ପାଖରେ ଥିବା ଶକୁନ୍ତଳା ନାୟକଙ୍କ ଗ୍ରୋସରୀ ଦୋକାନ ଉପରକୁ ହୋଇଛି ବୋମାମାଡ଼ ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଖବରପାଇ ଘଟଣା ସ୍ଥଳରେ ବଳିଆପଣ୍ଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଶକୁନ୍ତଳା ନାୟକଙ୍କ ଗ୍ରୋସରୀ ଦୋକାନ ଆଗରେ ଥିବା ଅନ୍ୟ ଜଣେ ଗ୍ରୋସରୀ ଦୋକାନୀ ଏହି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ୩ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଗୋଟିଏ ବୋମାମାଡ଼ କରି ଫେରାର ହୋଇଯାଇଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
