ଆଦିବାସୀ ସଂସ୍କୃତି ଓ ପରମ୍ପରା ର ମହାମିଳନ ଉତ୍ସବ ପାଳିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସଵଡିଭିଜନ କୋଇଡା ବ୍ଲକ୍ ଅନ୍ତର୍ଗତ ତେହେରାଇ ଠାରେ ଗତକାଲି ଆଦିବାସୀ ସଂସ୍କୃତି ଓ ପରମ୍ପରା କୁ ନେଇ ଏକ ସାଂସ୍କୃତିକ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଵଣାଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ ଯୋଗଦେଇ କାର୍ଯ୍ୟ କ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ଭୀମସେନ ଚୌଧୁରୀ, ଜନାର୍ଦ୍ଦନ ଦେହୁରୀ, ବିଜେପି ଜିଲ୍ଲା ସଭାପତି ଶ୍ରୀ ଅନୀଲ ବାର୍ଲା, ସମାଜ ସେବୀ ରାମଚନ୍ଦ୍ର ସାମାଦ ପ୍ରମୁଖ ଯୋଗଦେଇ ଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ ଅତିଥି ମାନଙ୍କୁ ଭବ୍ୟ ସ୍ଵାଗତ, ସମ୍ବର୍ଦ୍ଧନା ଜଣାଇବା ସହିତ ଶୁଭେଚ୍ଛା ପ୍ରତିପାଦନ କରାଯାଇଥିଲା କାର୍ଯ୍ୟ କ୍ରମ ରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଆଦିବାସୀ,ସାଂସ୍କୃତିକ ଦଳ ନିଜ ନିଜ ର ପାରମ୍ପରିକ ଢୋଲ ମାଦଳ ର ତାଳେତାଳେ ନାଚ ଗୀତ ପରିବେଷଣ କରି ଭରପୁର ମନୋରଞ୍ଜନ କରିଥିଲେ ।

Leave a Reply

Your email address will not be published. Required fields are marked *