ପୁରୀ : ନିମାପଡା ପୋଲିସକୁ ବଡ ସଫଳତା । ଚୋରା ଚାଲଣ ବେଳେ ୧୦ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ନଗଦ ୧,୩୨,୪୭୦ ଟଙ୍କା ଓ ମୋବାଇଲ ଫୋନ ଜବତ । ଏହା ସହ ଜଣକୁ ଗିରଫ କରାଯାଇଥିବା ନିମାପଡା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ନିମାପଡ଼ା ଥାନା ଅଧିନ ଜଇନାବାଦ ଗ୍ରାମର କୁନା ସାହୁ ଦୀର୍ଘ ଦିନ ହେଲା ଗଂଜେଇ ବେପାର କରି ଆସୁଥିଲା, କୌଣସି ସୂତ୍ରରୁ ଖବର ପାଇ ଆଜି ନିମାପଡ଼ା ଏସଡିପିଓ ଦେବାଶିଷ ମିଶ୍ରଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଅଭିଯୁକ୍ତଙ୍କ ଘର ଉପରେ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଥିଲେ ।
