ରାଜଧାନୀରେ କଲବଲ କଲାଣି ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ୩୪ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ କଲବଲ କଲାଣି ଡେଙ୍ଗୁ । ଦିନକୁ ଦିନ କାୟାବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ରହିଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୫ ରୁ ୧୦ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ୩୪ କୁ ବୃଦ୍ଧି ପାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡ୍ରାଏ ଡେ, ସଚେତନତା, କାର୍ଯ୍ୟାନୁଷ୍ଠାନ କିଛି ଦିନ ଥମି ଯାଇଥିବାରୁ ରାଜଧାନୀରେ ଡେଙ୍ଗୁ ପୁଣି କାୟା ବିସ୍ତାର କରିଛି ।

ରାଜ୍ୟରେ ପ୍ରତିଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି । ମାତ୍ର ରାଜ୍ୟ ସରକାର କହୁଛନ୍ତି ଡେଙ୍ଗୁ ନିୟନ୍ତ୍ରଣରେ ରହିଛି । ଯାହାକୁ ନେଇ ଚିନ୍ତା ବଢ଼ୁଛି । ସାଧାରଣତଃ ଡେଙ୍ଗୁରେ ସଂକ୍ରମିତ ହେଲେ ରୋଗୀଙ୍କ ରକ୍ତରେ ପ୍ଲେଟଲେଟ୍‌ କମିଯାଏ । ଫଳରେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥାଏ । ଏବେ ସୁଦ୍ଧା ରାଜ୍ୟରେ ୨ ହଜାର ୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଛି। ଖୋର୍ଦ୍ଧାରେ ୧୧୨୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *