ଭୁବନେଶ୍ୱର : ନିଶା କବଳରେ ରାଜଧାନୀ । ବଢୁଛି ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର । ରାଜଧାନୀରେ ବିକ୍ରି ହେଉଛି ନିଶା ପାଇଁ କଫ୍ସିରପ୍ । ସାଧାରଣତଃ କାଶ ହେଲେ ଆମେ କଫ୍ସିରପ୍ ନେଇଥାଉ, କିନ୍ତୁ ଏବେ କାଶ ପାଇଁ ନୁହେଁ ବରଂ ନିଶା ପାଇଁ ରାଜଧାନୀରେ ମିଳୁଛି କଫସିରପ୍ । ହେରୋଇନ୍, ବ୍ରାଉନ୍ସୁଗାର, ଗଞ୍ଜେଇ, ମଦ, ଅଫିମ ପରେ ଏବେ ନିଶାଖୋର୍ଙ୍କ ପ୍ରଥମ ପସନ୍ଦ ପାଲଟିଛି କଫସିରପ୍ ।
ସସ୍ତାରେ ଅଧିକ ନିଶା ହେଉଥିବାରୁ ଏହାକୁ ଯୁବପିଢି ବହୁଳ ବ୍ୟବହାର କରୁଛନ୍ତି । ସହରର ସମ୍ବେଦନଶୀଳ ଥାନାରୁ ଉପକଣ୍ଠ ଥାନା ଅଞ୍ଚଳରେ କଫସିରପ କାରବାର ବଢିବାରେ ଲାଗିଛି । ତେବେ ଏବେ ସମ୍ପୁର୍ଣ୍ଣ ନିଶା କବଳରେ ରାଜଧାନୀ ।
ଗତକାଲି ନୟାଗଡର ଦଶପଲ୍ଲାରୁ ସ୍ପେଶାଲ ଟାସ୍କ ଫୋର୍ସ ଜବତ କରିଛି ୬୪୦ ବୋତଲ କଫସିରପ୍ । ଭୁବନେଶ୍ୱରରୁ ଏହି ସବୁ ବୋତଲ ଚାଲାଣ ହେବାର ଯୋଜନା ରହିଥିଲା ବୋଲି ପୋଲିସ୍ ଜାଣିବାକୁ ପାଇଥିଲା । ଭୁବନେଶ୍ୱର ଲିଙ୍କ ପଦାକୁ ଆସିବା ପରେ କମିଶନରେଟ୍ ପୋଲିସ୍ ତନାଘନା ଆରମ୍ଭ କରିଛି । ସେହିପରି କଫସିରପ୍ ଚାହିଦା ବଢିବା ସହ ସେବନକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।
