ଅଭିନବ ଉଦ୍ୟମରେ ଚୋରି, ଫାଇନାନ୍ସ କମ୍ପାନିର ପରିଚୟ ଦେଇ ଗାଡି ମାଲିକଙ୍କ ଠାରୁ ୧୫ ହଜାର ଲୁଟ୍‌

ବଲାଙ୍ଗିର : ଅଭିନବ ଉଦ୍ୟମରେ ଚୋରି ।  ଫାଇନାନ୍ସ କମ୍ପାନିର ପରିଚୟ ଦେଇ ଜଣେ ଗାଡି ମାଲିକଙ୍କ ଠାରୁ ୧୫ ହଜାର ନେଇ ଯାଇଥିବା ଅଭିଯୋଗ । ବଲାଙ୍ଗିର କଣ୍ଟାବାଞ୍ଜି ବନ୍ଧପଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଡ୍ରାଇଭର ପିତାମ୍ବର ତୁରେକେଲା ଥାନାକୁ କିଛି ସାମାନ ଆଣିଥିଲେ ।

ସାମାନ ଅନଲୋଡ କରି କଂଟାବାଞ୍ଜି ଫେରୁଥିବା ସମୟରେ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ମହୁଲବାହାଲି ଗାଁରେ ଡ୍ରାଇଭର ପିତାମ୍ବରକୁ ଅଟକାଇଥିଲେ । ଆମେ ଫାଇନାନ୍ସ କମ୍ପାନୀରୁ ଆସିଛୁ ତୁମର ଗାଡି କିସ୍ତି ବାକି ଅଛି ଟଂକା ଦିଅ ନହେଲେ ଆମେ ଗାଡି ନେଇଯିବୁ ବୋଲି କହିଥିଲେ । କିସ୍ତି ବାବଦକୁ ୧୫ ହଜାର ଦେବାକୁ ସେହି ଦୁଇ ଯୁବକ କହିଥିଲେ । ପରେ ଗାଡ଼ି ମାଲିକ ୧୫ ହଜାର ଟଙ୍କା ଦେଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *