ରାସ୍ତାକଡ଼ ପଡିଆରେ ଗଦାଥିଲା ପାଇପ୍‌, ହଠାତ୍‌ ଲାଗିଗଲା ନିଆଁ

ବିନିକା : ପ୍ଲାଷ୍ଟିକ୍‌ ପାଇପରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ଲକ୍ଷାଧିକ ଟଙ୍କାର ପାଇପ ପୋଡି ପାଉଁଶ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଟାରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଲଙ୍ଗଳକଟା ରାସ୍ତା କଡ଼ରେ ଥିବା ଏକ ପଡିଆରେ ଜୁବେରି ଇଞ୍ଜିନୟରିଂ କମ୍ପାନୀର ପ୍ଲାଷ୍ଟିକ୍‌ ପାଇପ ରହିଥିଲା । ହେଲେ ରବିବାର ଦିନ ହଠାତ୍ ଥିବା ପାଇପ୍‌ରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା ପାଇପ । ସେପଟେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

Leave a Reply

Your email address will not be published. Required fields are marked *