ଭୁବନେଶ୍ୱର : ଆଜି ଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ପୂର୍ବରୁ ପଞ୍ଜାୟତ ଓ ପୌର ନିର୍ବାଚନ ପାଇଁ ୪ ମାସିଆ କାମଚଳା ବଜେଟ ଆଗତ କରାଯାଇଥିବା ବେଳେ ଏଥର ବଜେଟର ପରିମାଣ ପ୍ରାୟ ୨ ଲକ୍ଷ ୧୦ ହଜାର କୋଟିର ହେବ ବୋଲି କୁହାଯାଉଛି । ତେବେ ଚଳିତ ଥର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମହିଳା ବିକାଶ ଓ ଗ୍ରାମୀଣ ଅର୍ଥନୀତି ସୁଦୃଢିକରଣକୁ ପ୍ରାଧାନ୍ୟ ମିଳିପାରେ ।
ସେହିପରି ଚାରି ପାଞ୍ଚିଟି ନୂଆ ଯୋଜନା ମଧ୍ୟ ଆସିପାରେ । ଏହାବାଦ୍ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ଶିଘ୍ର ସାରିବା ଉପରେ ବଜେଟରେ ଗୁରୁତ୍ବ ଦେଇପାରନ୍ତି ସରକାର । ଏହି ପୂର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୨ ଲକ୍ଷ ୧୦ ହଜାର କୋଟି ରହିଛି । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ୨୪ଟି କାର୍ଯ୍ୟ ଦିବସ ରହିବ । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଏଥର ବିଧାନ ସଭା ୬ ଘଣ୍ଟା ଚାଲିବ ।
ସେପଟେ ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ବେକାରୀ , ଦରଦାମ ବୃଦ୍ଧି ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ରହିଛି ଲମ୍ବା ପ୍ରସଙ୍ଗ ।
