ସାଲେପୁର : ସିରିଜ୍ ଦୁର୍ଘଟଣା । ସାଇକେଲ ଆରୋହୀ ଓ ବାଇକ ଆରୋହି ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୬ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ ବହୁଗ୍ରାମ-ଖରାଖିଆ ବଜାର ନିକଟରେ ଏହି ଦୁର୍ଘଟଣା ହୋଇଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକରେ ୩ ଜଣ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବାବେଳେ ପ୍ରଥମେ ଖରାଖିଆ ବଜାର ନିକଟ ପୋଲିସ ଚେକପୋଷ୍ଟରେ ଧକ୍କା ଦେଇଥିଲେ । ସେହି ସମୟରେ ଅନ୍ୟ ଏକ ବାଇକରେ ଦୁଇ ଜଣ କଟକ ଅଭିମୁଖେ ଯାଉଥିବାବେଳେ ଜଣେ ସାଇକେଲ ଆରୋହୀ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ ଅରୋହୀଙ୍କ ସମେତ ୬ ଜଣ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୨ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଇଦେଇଛନ୍ତି । ଘଟଣାସ୍ଥଳରେ ପାଗା ଫାଣ୍ଡି ଅଧିକାରୀ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
