ମେଷ : ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ । ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବେ । ପ୍ରେମୀଯୁଗଳ ନିଜ ସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ବୃଷ : ଇଞ୍ଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଗରେ ପ୍ରୟୋଗ କରିବେ । ଆପଣ ଉପାର୍ଜନ ଲାଗି ନୂଆ ଯୋଜନା ତିଆରି କରିବେ । ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ ।
ମିଥୁନ : ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ହେବ । ଚାକିରିରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି ।
କର୍କଟ : ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ ଲାଭ ହେବ । ବିନା କାରଣରେ କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ । କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ ।
ସିଂହ : ପାରିବାରିକ ସ୍ତରରେ ଖୁସି ବୃଦ୍ଧି ପାଇବ । ସନ୍ତାନ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ ।
କନ୍ୟା : ନୂଆ ବ୍ୟବସାୟ ଆରମ୍ଭ କରିବା କଥା ଚିନ୍ତା କରିବେ । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ । ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ ।
ତୁଳା : ନୂଆ କାମରେ ଆପନଙ୍କୁ ଭାଗ୍ୟର ସହଯୋଗ ମିଳିବ । କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ କାଟିବେ ।
ବିଛା : ବନ୍ଧୁ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ । ଶିକ୍ଷାର୍ଥୀଙ୍କର ଲେଖାପଢାରେ ମନ ଲାଗିବ ।
ଧନୁ : ଅନ୍ୟ ରାଜ୍ୟରେ ବେପାର କରିବାକୁ ଚାହୁଁଥିବା ବ୍ୟକ୍ତି କିଛି ଦିନ ଅପେକ୍ଷା କରନ୍ତୁ । ସ୍ୱାସ୍ଥ୍ୟ ସମସ୍ୟା ଉତ୍ପନ୍ନ ହୋଇପାରେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ ।
ମକର : ଗଣମାଧ୍ୟମ କର୍ମଚାରୀଙ୍କ ଲାଗି ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ । ତର୍କରେ ସଭିଙ୍କୁ ନିଜ କଥାରେ ସହମତ କରାଇନେବେ । ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ ।
କୁମ୍ଭ : ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ । ଦୀର୍ଘ ଦିନରୁ ଲାଗି ରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ ।
ମୀନ : ଧର୍ମ କାର୍ଯ୍ୟରେ ଅଧିକ ସମୟ ବିତିବ । ଇସ୍ପାତ ବ୍ୟବସାୟୀଙ୍କୁ କମ୍ ଲାଭ ମିଳିପାରେ । ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ ।
