ସରଗରମ ହୋଇଛି ଧାମନଗର ରାଜନୀତି, ତିନି ଦଳର ଅଙ୍କକଷା ମଧ୍ୟରେ ଛିଣ୍ଡୁନି କଂଗ୍ରେସ ଓ ବିଜେଡିରେ ପ୍ରାର୍ଥୀ ଚୟନର ଅଙ୍କ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ସରଗରମ ହୋଇଛି ଧାମନଗର ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ । ବ୍ୟାଟଲ୍ ପାଇଁ ମୈଦାନରେ ତିନି ଦଳର ଅଙ୍କକଷା । ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ବଳ କଷାକଷି । ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଭରିବା ସହ ଲୋକଙ୍କ ପାଖକୁ ଯାଇ ପ୍ରଚାରକୁ ଏକପ୍ରକାର ଜୋରଦାର କରିଦେଲାଣୀ ବିଜେପି । ଅନ୍ୟପଟେ କଂଗ୍ରେସ ଓ ବିଜେଡିରେ ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡୁନି । କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଏହାକୁ ନେଇ ଚିନ୍ତାରେ ପଡିଥିବା ବେଳେ ବିଜେଡି ପାଇଁ ଏକାଧିକ ପ୍ରାର୍ଥୀ ଦଳ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ଖୁବଶୀଘ୍ର କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି କୁହାଯାଇଛି । ତେବେ ଏହା ଭିତରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *