ବାତ୍ୟା ସୂଚନା ନାହିଁ : ଆଇଏମ୍‌ଡି

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଦିନ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଥିବାରୁ ବର୍ଷା ଆଶଙ୍କା ରହିଛି । ଏହା ପ୍ରଭାବରେ ୨୨ ରୁ ୨୩ ମଧ୍ୟରେ ବାତ୍ୟା ଆଶଙ୍କା କରିଛି ଆମେରିକାର ଟ୍ରିଡ୍‌ବିଟ୍‌ସ୍‌.କମ୍‌ ।

ସଂସ୍ଥାର ଆକଳନ ଅନୁସାରେ ଆଣ୍ଡାମାନ ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଯେଉଁଥିରେ ଓଡ଼ିଶା ପ୍ରଭାବିତ ହେବ । କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କିଛି ସ୍ପଷ୍ଟ କରିନାହିଁ । ଲଘୁଚାପ କେତେଦୂର ଘନୀଭୂତ ହେବ ? କେଉଁ ଦିଗକୁ ଗତି କରିବ ? କେତେ ଶକ୍ତିଶାଳୀ ହେବ ସେ ନେଇ ସପ୍ତାହେ ପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *