ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି । ଜିଦରେ ଅଟଳ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ । ଦୁଇ ନିଯୋଗଙ୍କ ଅସହଯୋଗ ଯୋଗୁଁ ହୋଇପାରିନି ମଙ୍ଗଳ ଆଳତି । ଶୀତଳଷଷ୍ଠୀରେ ଦେଵ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ନେଇ ଲାଗିରହିଛି ଅନିଶ୍ଚିତତା । ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ସହିତ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସତ୍ତ୍ଵେ ବାହାରି ପାରୁନି ନିଷ୍କର୍ଷ ।
ଆଜି ପୁଣି ହୋଇପାରେ ଦୁଇ ନିଯୋଗ କର୍ମକର୍ତ୍ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା । ନିଯୋଗ କର୍ମକର୍ତାଙ୍କୁ ବୁଝାଇବାକୁ ଜାରି ରହିଛି ଉଦ୍ୟମ । ସମାଧାନର ବାଟ ନବହାରିଲେ ଚଳିତ ବର୍ଷ ଶୀତଳଷଷ୍ଠୀ ବନ୍ଦ ହେବା ସମ୍ଭାବନା ।
ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ପଶ୍ଚିମ ଓଡିଶାର ସମ୍ବଲପୁର ସହ ଶିବ ବିବାହକୁ ନେଇ ଉତ୍ସବମୁଖର ହୋଇପଡିଛି । ସ୍ଥାନୀୟ ଅଞ୍ଚଳର ସମସ୍ତ ଦେବାଦେବୀଙ୍କୁ ପ୍ରଭୁଙ୍କ ବାହାଘର ବରଯାତ୍ରୀରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ଵର ବାବା, ବଡବଜାର ଶୀତେଳଶ୍ବରଙ୍କୁ ଗୁଆ ଲାଗି କରାଯିବା ସହ ଏହି ବିବାହ ଉତ୍ସବକୁ ଆସିବାକୁ ନିମନ୍ତ୍ରଣ ଦିଆଯାଇଛି ।
