ଫୁଲବାଣୀ : ଜବାହାର ନବୋଦୟ ବିଦ୍ୟାଳୟ, ଫୁଲବାଣୀ ଏବଂ ଗରୀବ ସାଥି ଫାଉଣ୍ଡେସନର ମିଳିତ ସହଯୋଗରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ପୁନ୍ଦାଲି ଗ୍ରାମରେ ଥିବା ପ୍ରାୟ ୧୫୦ ଜଣଙ୍କୁ ଆଜି ମାକ୍ସ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି । ଜବାହାରଲାଲ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତ ରଥ, ଶିକ୍ଷୟିତ୍ରୀ ଟ୍ରିଷ୍ନା ରାଣୀ, ଶିକ୍ଷକ ବିଭୁତି ଭୂଷଣ ପାତ୍ର, ଜିତେନ୍ଦ୍ର କାଟ୍ରେ, ଗରୀବ ସାଥି ଫାଉଣ୍ଡେସନର ମୁଖ୍ୟ ନିର୍ଦ୍ଦେଶକ ଅଶ୍ୱିନୀ ନନ୍ଦ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜନସାଧାରଣଙ୍କୁ ମାକ୍ସ, ସାନିଟାଇଜର ପ୍ରଦାନ କରିବା ସହ ତା’ର ଉପକାରିତା ବିଷୟରେ ବୁଝାଇଥିଲେ ।

ଆଗକୁ ଏଭଳି ଜନସଚେତନତା କାର୍ଯ୍ୟକ୍ରମ ପ୍ରତି ଗାଁ ମାନଙ୍କରେ କରାଯିବ ବୋଲି ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଗରୀବ ସାଥି ଫାଉଣ୍ଡେସନର ମୁଖ୍ୟ ଅଶ୍ୱିନୀ ନନ୍ଦ କହିଥିଲେ ।
