ମେଷ : କର୍ମଚଞ୍ଚଳ ରହିବେ । ଏକାନ୍ତରେ ମୌନ ରହି ଚତୁର୍ବେଦର ସାର ଓଁକାରରେ ଧ୍ୟାନମଗ୍ନ ହୋଇପାରନ୍ତି । ରାଜଯୋଗ ଥିବାରୁ ଅସାଧାରଣ ହେବା ଆଶା କରାଯାଏ । ଚତୁର ଓ ଧାର୍ମିକ ପ୍ରବୃତ୍ତିର ହେବେ ।
ବୃଷ : ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । କରିତ୍କର୍ମା ବ୍ୟକ୍ତିଭାବେ ପ୍ରତିଷ୍ଠା ଲାଭ କରିବେ । ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିବ ।
ମିଥୁନ : ଜ୍ଞାନର ପ୍ରଦୀପ ପ୍ରଜ୍ବଳନକରି ଗତିପଥକୁ ଆଲୋକିତ କରିପାରନ୍ତି । ମନ ପ୍ରସନ୍ନ ରହିବ । ଦୟାର୍ଦ୍ରଚିତ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ଅକ୍ଷୟ ଯଶ ଅର୍ଜନ କରିପାରନ୍ତି ।
କର୍କଟ : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେ ବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ । ଉଦ୍ୟୋଗୀ ହେବେ ।
ସିଂହ : ସ୍ବାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ ।
କନ୍ୟା : ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ । ବ୍ୟବସାୟ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ମନରେ ଉଦୟ ହୋଇଥିବା ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ ।
ତୁଳା : ବଦଖର୍ଚ୍ଚକୁ ରୋକିବାକୁ ଉଦ୍ୟମ ଚଳାଇ ପାରନ୍ତି । ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ରହିବେ । ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି । ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ । ଚାକିରିରେ ସ୍ବନାମଧନ୍ୟ ହେବେ ।
ବିଛା : କର୍ମଚଞ୍ଚଳ ରହିବେ । କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ । ଆକସ୍ମିକ ଧନଲାଭ ହେବ । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ । କୌଶଳୀ ହେବ । ଧାର୍ମିକ ଓ ତେଜସ୍ବୀ ହେବେ ।
ଧନୁ : ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହେବେ । ଦାନ-ଧର୍ମକୁ ଦୀକ୍ଷା ଭାବେ ଗ୍ରହଣ କରିବେ । ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ । କୃଷକମାନଙ୍କର ପ୍ରେରଣାର ଉତ୍ସ ହେବେ । ବୁଦ୍ଧିମାନ ହେବେ ।
ମକର : ମନ ପ୍ରସନ୍ନ ରହିବ । ସଦ୍ଗୁଣ ସମ୍ପନ୍ନ ହେବେ । ଧର୍ମ ଆଚରଣ କରିପାରନ୍ତି । ଈଶ୍ବରୀୟ ଚେତନାକୁ ପାଥେୟ କରି ମନରେ ଧ୍ୟାନର ଦୀପ ଜଳାଇବାକୁ ପଡ଼ିବ । ପ୍ରେମୀ ଓ ସାହସୀ ହେବେ । ସତ୍ସଙ୍ଗୀ ହେବେ ।
କୁମ୍ଭ : ଭାଗ୍ୟଶାଳୀ ହେବେ । ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ରଚନା ପ୍ରାଣସ୍ପର୍ଶୀ ହୋଇପାରେ । ବିଦ୍ୟାପ୍ରେମୀ ହେବେ । ବାକ୍ ସଂଯମତା ପ୍ରାଣଶକ୍ତି ଓ ସ୍ମରଣ ଶକ୍ତିକୁ ଉଦ୍ଜୀବିତ କରି ରଖିବ ।
ମୀନ : ସତ୍ୟପ୍ରଜ୍ଞ ହୋଇପାରନ୍ତି । ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାର ବିଚାରଧାରା ସପକ୍ଷରେ ଯାଇପାରେ । ଧନଲାଭର ସୁଯୋଗ ସୃଷ୍ଟି ହୋଇଛି । ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ହେବେ ।
