ଲହୁଣୀପଡା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଗଡ଼ରୁଆଁ ଗ୍ରାମରେ ଏକ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବ୍ୟକ୍ତି ଜଣକ ନାମ ପ୍ରହଲ୍ଲାଦ କୂଅଁର ହୋଇଥିବା ବେଳେ, ଗତକାଲି ସେ ସେହି ଗ୍ରାମରେ ବୁଲାବୁଲି କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । କିନ୍ତୁ ଆଜି ସକାଳୁ ଏକ ଘରେ ପ୍ରହଲ୍ଲାଦଙ୍କ ମୃତ ଦେହ ପଡ଼ିଥିବା ଗ୍ରାମରେ ପ୍ରଚାର ହୋଇଥିଲା ।

ପରିବାର ଲୋକେ ମୃତଦେହ ଦେଖି ହତ୍ୟା ସନ୍ଦେହ ଅଭିଯୋଗ କରୁଥିବା ବେଳେ, ତାଙ୍କ ପରିବାରଲୋକେ ଘରକୁ କାହାକୁ ଛାଡୁ ନାହାନ୍ତି । ଗତ ଦୁଇ ଦିନ ତଳେ ଗ୍ରାମରେ କୈାଣସି ଲୋକ ସହିତ ଝଗଡା ହୋଇଥିବା ଗ୍ରାମବାସି କହୁଥିବା ଶୁଣିବାକୁ ମିଳୁଛି, ଘଟଣା ସ୍ଥଳରେ ପୋଲିସ ପହଁଚି ଶବକୁ ଜବତ କରି ତଦନ୍ତ କରୁଥିବା ବେଳେ, ଶବକୁ ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି ।
