ଆରଏମସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଯାଜପୁର : ଭିଜିଲାନ୍ସ ଜାଲରେ ଆରଏମସି କର୍ମଚାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ମାର୍କେଟ ସରକାର ଗୟାଧର ସାହୁଙ୍କ ଘରେ ଚଢ଼ାଉ କରୁଛି । ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ବେଳେ ଗୟାଧରଙ୍କ ବେଆଇନ ସମ୍ପତ୍ତି ରହିଛି କି ନାହିଁ ସେନେଇ ତନତନ ଯାଞ୍ଚ କରୁଛି । ଟଉନ୍‌ ଥାନା ସନ୍ଥେଶ୍ୱରପୁର ପୈତୃକ ଘରେ ଚଢ଼ାଉ ଚାଲୁଥିବା ବେଳେ ଦଶରଥପୁରରେ ଥିବା ଦୁଇ ମହଲା ଘର, ରାଉତରାୟପୁରରେ ଥିବା ଦୁଇ ମହଲା ଘର ସହ ଅନ୍ୟ ଗୋଟିଏ ଘରେ ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । ଯାଜପୁର ଆରଏମସି କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ତେବେ ଏଯାଏ ଆରଏମସି କର୍ମଚାରୀଙ୍କ କେତେ ସମ୍ପତ୍ତି ରହିଛି ତାହା ଭିଜିଲାନ୍ସ ସୂଚନା ଦେଇନାହିଁ ।

Leave a Reply

Your email address will not be published. Required fields are marked *