ନୂଆପଡ଼ା : ସିନାପାଲି ଥାନା ଅନ୍ତର୍ଗତ ରାଣୀଡଙ୍ଗରୀ ଗ୍ରାମ ମା’ ଠାକୁରାଣୀ ମନ୍ଦିରରୁ ଏକ ଦେଶୀ ବନ୍ଧୁକ ଜବତ୍ ହୋଇଛି । ପ୍ରକାଶଯୋଗ୍ୟ ଯେ ବୁଧବାର ଅପରାହ୍ନ ୪ଟା ବେଳେ ରାଣୀଡଙ୍ଗରୀ ଗ୍ରାମର କିଛି ଯୁବକ ସ୍ଥାନୀୟ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବର୍ଷା ହୋଇଥିଲା । ବର୍ଷା ହେବାରୁ ଯୁବକମାନେ ସେହି ପୋଖରୀ ପାଖରେ ଥିବା ମା’ ଠାକୁରାଣୀ ମନ୍ଦିରରେ ଆଶ୍ରୟ ନେବାକୁ ଯାଇଥିଲେ । ଏହି ସମୟରେ ମନ୍ଦିର ଭିତରେ ଏକ ଦେଶୀ ବନ୍ଧୁକ ଥିବା ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମରେ ଚର୍ଚ୍ଚା ହେବାପରେ ଗ୍ରାମବାସୀ ଓ ଗ୍ରାମ ଝାଙ୍କର ସେହି ସ୍ଥାନକୁ ଯାଇ ବନ୍ଧୁକ ଥିବା ଦେଖିଥିଲେ । ଉକ୍ତ ବିଷୟକୁ ନେଇ ଗ୍ରାମବାସୀ ସିନାପାଲି ପୁଲିସକୁ ଜଣାଇଥିବା ବେଳେ ସିନାପାଲି ପୁଲିସ ଯାଇ ଘଟଣାସ୍ଥଳରୁ ବନ୍ଧୁକ ଜବତ୍ କରି ଅଧିକ ତଦନ୍ତ ଚଲାଇଛି ।
