ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ

ଔପଦା : ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କର ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ମଇଁସାଡାଲି ଗ୍ରାମର ଧନଞ୍ଜୟ ପାତ୍ରଙ୍କର ଝିଅ କରିସ୍ମା ପାତ୍ର ଯୁକ୍ତ ୨ ପ୍ରଥମ ବର୍ଷର ଔପଦା କଲେଜର ଛାତ୍ରୀ ଅଟନ୍ତି । ଆଜି କଲେଜ ଆସୁଥିବା ବେଳେ ଔପଦା ଢ଼ିପୁରା ଛକ ନିକଟରେ ତାଙ୍କୁ ଟ୍ରକ (ନମ୍ବର OD01AF4844) ଧକ୍କା ମାରିଥିଲା । ଏଠି ଆମ୍ଭେ କହିରଖିବୁ ଯେ, ଔପଦା ଭଳି ଏକ ପାହାଡିଆ ଅଞ୍ଚଳରେ ବେଆଇନ୍ ଭାବେ ମେଣ୍ଟାଲ୍ ଓ ମୁରମ୍ ଭଳି ରାଜସ୍ବ ସମ୍ପତି ଦିନ ଦ୍ୱିପହରରେ ଲୁଟ୍ ପାଟ୍ ହେଉଛି ଏବଂ ସ୍ଥାନୀୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଯୁଛି ବୋଲି ସାଧାରଣରେ ଚର୍ଚ୍ଚା ହୁଏ । ଯାହା ଫଳରେ କି ଏହି ଅଣଓସାରିଆ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଲାଗି ରହେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ସୋର ମେଡ଼ିକାଲ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଔପଦା ପୋଲିସ ଟ୍ରକକୁ ଜବଦ ରଖିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କଲେଜ ଛାତ୍ରଛାତ୍ରୀ ମଧ୍ୟରେ ଚାପା ଉତେଜନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *