କଟକ : ସରିଛି ବାଲିଯାତ୍ରା ମାତ୍ର ହୋଇପାରୁ ନାହିଁ ସଫେଇ କାର୍ଯ୍ୟ । ବାଲିଯାତ୍ରା ସରିବାର ୧୧ ଦିନ ପରେ ବି ତଳ ପଡିଆରେ ପଡି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ସବୁଠାରୁ ବଡ଼ କଥା ହେଉଛି ମହାନଦୀ କୂଳରେ କୌଣସି ସ୍ଥାୟୀ ନିର୍ମାଣ କିମ୍ବା ମହାନଦୀ ଶହେ ମିଟର ଭିତରେ କୌଣସି ଅଳିଆ ଆବର୍ଜନା ପଡିବ ନାହିଁ ବୋଲି ଏନଜିଟି ନିର୍ଦେଶ ରହିଛି ଏବଂ ତଳ ପଡିଆରେ ବାଲିଯାତ୍ରା ପାଇଁ ଏନଜିଟିର ଅନୁମତି ରହିଛି, ହେଲେ ବାଲିଯାତ୍ରା ସରିବା ପରେ ନଦୀ କୂଳକୁ ପୂର୍ବ ପରି ପରିଷ୍କାର କରିବା ପାଇଁ ମଧ୍ୟ ଏନଜିଟିର ନିର୍ଦ୍ଦେଶ ରହିଛି । ସେପଟେ ମେୟର କହିଛନ୍ତି ବାଲିଯାତ୍ରା ସରିବା ଅଳ୍ପ ଦିନ ହୋଇଛି ସଫେଇ କାର୍ଯ୍ୟ କଟକ ମହାନଗର ନିଗମର ଏବଂ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି ।
