୭ଟି ଗୋରୁ ବୋଝେଇ କଣ୍ଟେନର ଜବତ, ୫୦୦ ରୁ ଅଧିକ ଗୋରୁ ଉଦ୍ଧାର

ଜଳେଶ୍ୱର : ୭ଟି ଗୋରୁ ବୋଝେଇ କଣ୍ଟେନର ଜବତ, ୫୦୦ ରୁ ଅଧିକ ଗୋରୁ ଉଦ୍ଧାର । ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସ ୭ଟି କଣ୍ଟେନର ଜବତ କରିଛି, ସେଥିରୁ ୫୦୦ ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଦଲାଲମାନଙ୍କ ଦ୍ୱାରା ଗୋରୁ ଚୋରା ଚାଲାଣ ହେଇଆସୁଥିବା ବେଳେ, ଏବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ଉପରେ ପଶ୍ଚିମବଙ୍ଗ ପୋଲିସ ରୋକ ଲଗାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ୮ଟି କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ, ପୋଲିସ ପଶ୍ଚିମବଙ୍ଗ ଭିତରକୁ ଗାଡିଗୁଡିକୁ ପଶିବାକୁ ଦେଇନଥିଲା । ଗାଡିଗୁଡ଼ିକ ଓଡ଼ିଶା ସୀମା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଟକି ରହିଥିଲା । ଜଳେଶ୍ୱର ପୋଲିସ ଖବରପାଇ ଚଢ଼ାଉ କରି ୭ଟି କଣ୍ଟେନର ଜବତ କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *