ଫୁଲବାଣୀ : ଫୁଲବାଣୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ପରିସରରୁ ୪ ଟି ମୂଲ୍ୟବାନ ଚନ୍ଦନ ଗଛକୁ କାଟିଦେଇଛନ୍ତି ତସ୍କର । ଦୁଇଟି ଗଛକୁ ଦୁର୍ବୃତ୍ତମାନେ ନେଇଯାଇଥିବାବେଳେ ଆଉ ଦୁଇଟି ଗଛକୁ ନେଇ ନପାରି ଛାଡି ଚାଲିଯାଇଛନ୍ତି । କଟା ଚନ୍ଦନ ଗଛ ପଡିଥିବା ପାଖ ଘର ଲୋକ ଦେଖି କହିବାରୁ ଆଶ୍ରମ କର୍ତ୍ତୃପକ୍ଷ ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଂଚି କଟା ଯାଇଥିବା ଗଛ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏ ନେଇ କାହାରିକୁ ଗିରଫ କରାଯାଇନି । ହେଲେ ଅତିଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତି l
