ସିମୁଳିଆ : ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଓଡିଶା ରାଜ୍ୟ ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ର ଡେପୁଟି ମେନେଜର ଥିବା ପ୍ରତାପ କୁମାର ସାମଲ ଙ୍କ ବାସୁଦେବପୁର ସ୍ଥିତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରିଛି ଭିଜିଲାନ୍ସ ବିଭାଗ । ଆଜି ସକାଳ ୬ ଟାରୁ ବାସୁଦେବପୁର ଠାରେ ଏକ ୧୧ ଜଣିଆ ଟିମ ବାସୁଦେବପୁର ରେ ପହଂଚି ଥିଲା । ତେବେ ବାସୁଦେବପୁର ସିନେମା ରୋଡ ଠାରେ ତାଙ୍କର ଭଡା ଲାଗିଥିବା ୪ ତାଲା କୋଠା ଘରେ ପହଂଚି ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରିଥିଲେ । ତେବେ ଆଜି ବାସୁଦେବପୁର ସମେତ ଏକକାଳୀନ ମୋଟ ୯ ଟି ଜାଗାରେ ରେଡ଼ ହେଉଥିବା ଜଣାପଡିଛି । ତେବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ସମେତ ୯ ଟି ଜାଗାରେ ଚଢ଼ାଉ ହେଇଥିବା ଜଣାପଡିଛି ।

