ଶିଳ୍ପାୟନ ନାଁ ରେ ଵଣାଇର ମଥା ସିଙ୍ଗାରଦେଇ ଜଙ୍ଗଲକୁ ବ୍ୟବସାୟୀଙ୍କ ହାତରେ ଟେକି ଦେବାର ହିନ ପ୍ରୟାସ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସଵଡିଭିଜନ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଲଲେଇ ଛକ ନିକଟରେ ଅବସ୍ଥିତ ୨୭୫.୦୮ ଏକର ପରିମିତ ସିଙ୍ଗାରଦେଇ, ପାହାଡ ଓ ଜଙ୍ଗଲ । ଆବାହମାନ କାଳରୁ ପାହାଡର ପାଦଦେଶରେ ଅବସ୍ଥାନ କରିଅଛନ୍ତି ବଣାଇର ଦେବୀ ମା ସିଙ୍ଗାରଦେଇ, କିନ୍ତୁ ଏହା ବର୍ତମାନ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟିକୁ ଆସି ସାରିଥିବାରୁ କାରଖାନା ନାଁ ରେ ଏଇ ଜଙ୍ଗଲରୁ ୫୬.୮୦ ଏକର ସରକାରୀ ଜମିକୁ ଇଡକୋ ମାଧ୍ୟମରେ ଅଧିଗ୍ରହଣ କରି ବ୍ୟବସାୟୀ ହାତରେ ଟେକି ଦେବା ନିମନ୍ତେ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ଶିଳ୍ପାୟନ ନାଁ ରେ ଜମି ଅଧିଗ୍ରହଣକୁ ପ୍ରଶାସନର ଏତେ ତତ୍ପରତା କାହିଁକି ? ଯଦି ସବୁ କାମରେ ପ୍ରଶାସନର ଏତେ ଆନ୍ତରିକତା ଥାନ୍ତା, ତା’ହେଲେ ତାଳଚେର, ବିମଳାଗଡ ରେଳପଥ ଜମି ଅଧିଗ୍ରହଣରେ ଏତେ ମନ୍ଥରତା କାହିଁକି ? ଦୀର୍ଘ ୨୫ ବର୍ଷ ପରେ ମଧ୍ୟ କ’ଣ ପାଇଁ ଆଗେଇ ପାରୁନାହିଁ ଏ ପ୍ରକଳ୍ପ ? ବାହାଡାପୋଷ ଛକ ଠାରୁ ଵଣାଇର ଖଣି ଅଞ୍ଚଳ କୋଇଡା, ବରସୁଆଁକୁ ସଂଯୋଗ କରୁଥିବା ଏହି ରାସ୍ତା ନିକଟରେ ଅଛି ସିଙ୍ଗାରଦେଇ ପାହାଡ, ଆଗକୁ ଏହା ନିକଟ ଦେଇ ଚାଲିବ ତାଳଚେର ବିମଳାଗଡ ରେଳ ପଥ । ତେଣୁ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ଏ ଜାଗାରେ ରହିଛି । ତେଣୁ ଵେଳଥାଉ ଥାଉ ଵଣାଇ ବାସି ଆଗେଇ ଆସିବା ଉଚିତ, କାରଣ ଏହା ବଣାଇ ବାସୀଙ୍କ ସମ୍ମାନର ପ୍ରଶ୍ନ । କାହିଁକି ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ସାଂସଦ ଓ ବିଧାୟକ ଏ ବାବଦରେ ଚୁପ୍ ଅଛନ୍ତି ? ଏମିତି ଭାବେ କପଣ୍ଡ ଜଙ୍ଗଲକୁ ନେଇଗଲେ, ବ୍ରାହ୍ମଣୀ ନଦୀ କୂଳରେ ଭାସ୍କର ପ୍ଲାଣ୍ଟକୁ ୧୪ ଏକର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ଦେଇ ଦିଆଗଲା । ଏହାର ପରିଣାମ ଭୋଗୁଛନ୍ତି ବଣାଇ ବାସୀ, ପ୍ରଦୂଷଣ ଓ ଧୂଳିଧୂଆଁରେ ଅତିଷ୍ଠ ସମସ୍ତ ଗ୍ରାମବାସୀ । ସମୟ ଆସିବ ଦିଲ୍ଲୀ ସହର ଭଳି ଅବସ୍ଥା ବଣାଇରେ ଅନୁଭବ ହେବ । ତେଣୁ ଇଡକୋ ମାଧ୍ୟମରେ ଏସବୁ ସରକାରୀ ଜଙ୍ଗଲ ଜମି ଅଧିଗ୍ରହଣ କରି ବ୍ୟବସାୟୀ ହାତରେ ଟେକି ଦେବା ନିମନ୍ତେ ଚାଲିଥିବା ପ୍ରୟାସରୁ ନିବୃତ୍ତ ରହିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ବଣାଇବାସୀଙ୍କ ତରଫରୁ ଦୃଢ଼ ପ୍ରତିବାଦ କରାଯାଉଛି ।

Leave a Reply

Your email address will not be published. Required fields are marked *