ପୁଲିସ ମାଓବାଦୀ ମୁହାଁମୁହିଁ, ୬ ମାଓବାଦୀ ନିହତ ହେବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ମାଲକାନଗିରି, ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହାଫଳରେ ୬ ମାଓବାଦୀ ନିହତ ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତେଲେଙ୍ଗାନୀ ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳି ବିନିମୟ କରିଥିଲେ । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ସୂଚନା ରହିଛି । ଏହାଛଡ଼ା ସେଠାରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି । ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ଅପରେସନ ଲଞ୍ଚ କରି ଥିଲେ ଯବାନ। କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ବି ଏହି ଅପରେସନରେ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *