ଟ୍ରକଟି ବୋଲେରୁ ପଛପଟେ ସାମାନ୍ୟ ଧକ୍କା ହେବା ଘଟଣାରେ କ୍ଷତିପୂରଣ ନ ଦେବାରୁ ଡ୍ରାଇଭର ଓ ହେଲ୍ପରକୁ ଅପହରଣ କରିଥିଲେ ତିନି ଯୁବକ

ମୁନିଗୁଡା : ଟ୍ରକଟି ବୋଲେରୁକୁ ଲାଗିଯିବାରୁ ରାଜ୍ୟ ରାଜପଥ କଡରେ ଥିବା ଢ଼ାବା ନିକଟରୁ ଟ୍ରକ୍ ଡ୍ରାଇଭର ଓ ହେଲ୍ପରକୁ ଅପହରଣ କରି ନେଇଗଲେ ୩ ଯୁବକ । ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଥିବା ଏକ ଢ଼ାବାରେ ଗତ ଶନିବାର ଦିନ  ତିନି ଜଣ ଯୁବକ ଏକ  ବୋଲେରୁରେ ଆସି ସେଠାରେ ଖାଉଥିବା ସମୟରେ ବିଜୟ ନଗରରୁ ପଞ୍ଜାବ ଅଭିମୁଖେ ଯାଉଥିବା ଏକ ଟ୍ରକଟି ବୋଲେରୁ ପଛପଟେ ସାମାନ୍ୟ ଧକ୍କା ହୋଇଥିଲା  । ଏହା ପରେ ୩ ଜଣ ଯୁବକ ଡ୍ରାଇଭରକୁ କ୍ଷତିପୂରଣ ବାବଦକୁ ୭୦ ହଜାର ଟଙ୍କା ମାଗିଥିଲେ । ହେଲେ ଡ୍ରାଇଭର ଜଣଙ୍କ ତାଙ୍କ ନିକଟରେ କିଛି ଟଙ୍କା ନଥିବା କହିବାରୁ ଘଟଣାସ୍ଥଳରୁ ବୋଲେରୁର ଡ୍ରାଇଭର ଓ ହେଲ୍ପରଙ୍କୁ ଅପହରଣ କରି ନେଇଥିଲେ । ବିଷମ କଟକ ଥାନା ଅନ୍ତର୍ଗତ ଡୁକୁମ ଅଞ୍ଚଳର ଏକ ନିଛାଟିଆ ଘରେ ଦୀର୍ଘ ଦୁଇ ଦିନ ବାନ୍ଧି ସେମାନଙ୍କୁ ନିସ୍ତୁକ ମାଡ ମାରି ଭୟଭୀତ କରାଇଥିଲେ । ଅପହରଣର ୪୮ ଘଣ୍ଟା ପରେ  ଡ୍ରାଇଭର ଓ ହେଲ୍ପର ପର୍ଯ୍ୟାୟକ୍ରମେ ସେଠାରୁ ଚତୁରତାର ସହ ଖସିଯାଇଥିଲେ ।  ଅପହରଣକାରୀମାନେ ହେଲ୍ପରକୁ ପିଛା କରି ପୁଣି ଧରିବା ପାଇଁ ଉଦ୍ୟମ କରିବା ସମୟରେ ସ୍ଥାନୀୟ ଲୋକେ ହେଲ୍ପରକୁ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ ।  ହେଲ୍ପର ଏଭଳି ଘଟଣା ଘଟିଥିବା ପୋଲିସ ସାମ୍ନାରେ ଅଭିଯୋଗ କରିବା ପରେ ୩ ଜଣ ଯୁବକଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଗୋଟିଏ ବୋଲେର ଓ ଗୋଟିଏ ସ୍କୁଟି ଜବତ କରିଛି । ଅପହରଣ କରିଥିବା ତିନି ଯୁବକଙ୍କ ମଧ୍ୟରେ ବିଷମ କଟକ ଥାନା କୋଦଗୁଲୁମି ଗ୍ରାମର  ଖୀରଦ ନିଶାଲ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅମ୍ବାଦଳା ଥାନା ଅଞ୍ଚଳର ପବିତ୍ର ହିଆଲ ଓ ବାସୁଦେବ ହିଆଲ ବୋଲି ଜଣାପଡ଼ିଛି । ଅପହରଣ ହୋଇଥିବା ଡ୍ରାଇଭର ପାନାଲାଲ  ରାଜପୁତ ଓ ହେଲ୍ପର ଆନୁଜ କୁମାର ଏହି ଦୁହେଁଙ୍କ ଘର ଉତ୍ତର ପ୍ରଦେଶ ବୋଲି ଜଣାପଡ଼ିଛି । ତେବେ ବିଷମ କଟକ ପୋଲିସ ପକ୍ଷରୁ ଅପହରଣକାରୀଙ୍କ ନାମରେ ଥାନାରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *