ସାରା ଦେଶ​‌ରେ ହ୍ବାଟସଆପ୍‌ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର : ସାରା ଦେଶ​‌ରେ ହ୍ବାଟସଆପ୍‌ ସେବା ବାଧାପ୍ରାପ୍ତ ହୋଇଛି । ପ୍ରାୟ ୧ ଘଣ୍ଟା ହେବ ହ୍ବାଟସଆପ୍‌ ଡାଉନ ରହିଥିବା ଜଣାପଡ଼ିଛି । ଫଳରେ ଟେକ୍ଟଟ୍‌, ଭଏସ ଓ ଭିଡିଓ ମେସେଜ ନେଣଦେଣରେ ବାଧା ଉପୁଜିଛି । ହ୍ବାଟସଆପ୍‌ ଡାଉନ୍‌ ଥିବା କାରଣରୁ କିଛି ବ୍ୟବହାରକାରୀମାନେ ବଡ଼ ଧରଣର ପ୍ରଭାବିତ ହୋଇଛନ୍ତି । କିଛି ବ୍ୟବସାୟିକ ଡକୋରମେଣ୍ଟ ହେଉକି ଅନ୍ୟ କିଛି ଗୁରୁତ୍ୱ ପୂର୍ଣ୍ଣ ମେସେଜ ଆଦାନ ପ୍ରଦାନରେ ଅସୁବିଧା ହେଉଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏପରି ଅସୁବିଧା ସୃଷ୍ଟି ହୋଇଛି ତାହା ଜଣାପଡ଼ିନାହିଁ । ହ୍ବାଟସଆପ୍‌ ବ୍ୟବହାରକରୀ ଦେଶରେ ବହୁ ଅଧିକ ରହିଥିବାରୁ ନାନା ଅସୁବିଧାର ସମ୍ମୁଖିନ ହେଉଥିବା କୁହାଯାଉଛି । ତେବେ ଏପରି ଅସୁବିଧାର କାରଣ ନୂଆ ଫିଚର ହେଉ କି ନେଟଓ୍ୱାର୍କ ଅସୁବିଧା ଥିବା ଏପରି କୁହାଯାଉଛି ।

ଘଟଣାକୁ ନେଇ ମେଟା କମ୍ପାନୀର ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟାରେ ସେ କହିଛନ୍ତି, ବର୍ତ୍ତମାନ ହ୍ବାଟସାଆପ୍‌ ଡାଉନ୍‌ ରହିଛି । ଫଳରେ ଲୋକମାନେ ବର୍ତ୍ତମାନ ବାର୍ତ୍ତା ପଠାଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାର କାମ କରାଯାଉଛି । ଆମେ ଏହି ଅସୁବିଧାର ଖୁବଶୀଘ୍ର ସମାଧାନ କରିବୁ । ହ୍ବାଟସାଆପ୍‌ ଆପ୍ ରିଷ୍ଟୋର କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *