ଆଜିର ରାଶିଫଳ

ମେଷ : କାମରେ ବାହାରକୁ ଗଲାବେଳେ ପ୍ରିୟବନ୍ଧୁ ସହ ଦେଖାହେବ । ଚାକିରିଆଙ୍କ ଲାଗି ଦିନଟି ଭଲ । ବ୍ୟବସାୟ ଦୁନିଆରେ କିଛି ଅଭିଜ୍ଞ ବ୍ୟକ୍ତିଙ୍କ ସହ ମିଶିବାର ମଉକା ପାଇବେ ।

ବୃଷ : ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ । ଘରକୁ ବନ୍ଧୁ ଆସିବେ । ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଉନ୍ନତିରେ ବାଧା ଆସିପାରେ ।

ମିଥୁନ : ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୂରା କରିବେ । ଅଚାନକ ଧନଲାଭ ହେବ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଉତ୍ତମ ରହିବ । ଛାତ୍ରଙ୍କ ଲାଗି ଦିନଟି ଭଲ ।

କର୍କଟ : ଆପଣଙ୍କ ସହିତ ସବୁ କିଛି ଭଲ ହେବ । ନିଜର ଶକ୍ତିକୁ ସକାରାତ୍ମକ କାମରେ ଲଗାଇ ପାରନ୍ତି । ଜୀବନସାଥୀଙ୍କ ସହଯୋଗ ପାଇବେ । ନିଜ କ୍ୟାରିୟରରେ ପରିବର୍ତ୍ତନ ଆଣିପାରନ୍ତି ।

ସିଂହ : ଦୀର୍ଘ ଦିନର ବାକି କାମ ସମାପ୍ତ କରିବାରେ ସଫଳ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢିବ । କ୍ୟାରିୟରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ ।

କନ୍ୟା : ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡକୁ ଢଳିବ । କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ । ଘର ଖର୍ଚ୍ଚ ବଢିପାରେ । ଛାତ୍ରଙ୍କୁ ଭଲ ପରିଣାମ ମିଳିପାରେ ।

ତୁଳା : ବିଶେଷ କାମରେ ଆପଣ ସଫଳତା ହାସଲ କରିବେ । ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ । ନିଜ ସାମର୍ଥ୍ୟ ଓ ଶକ୍ତି ପାଇଁ ସୁନାମ ଅର୍ଜନ କରିବେ ।

ବିଛା : ଆପଣଙ୍କ ସବୁ କାମ ମନ ମୁତାବକ ପୂରା ହୋଇପାରେ । ସପରିବାର ବାହାରକୁ ବୁଲି ଯାଇପାରନ୍ତି । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ ।

ଧନୁ : ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ । ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ । ଧନଲାଭ ପାଇଁ ନୂଆ ଉତ୍ସ ମିଳିବ । ଜୀବନସାଥୀଙ୍କ ସହ ଭଲ ତାଳମେଳ ବଜାୟ ରହିବ ।

ମକର : ଅନ୍ୟମାନଙ୍କ ସହେଯାଗ ପାଇବେ । ଅଧୁରା କାମ ସଂପର୍ଣ୍ଣ କରିବାରେ ସଫଳ ହେବେ । ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିବ ।

କୁମ୍ଭ : କାରବାରରେ ଯଥେଷ୍ଟ ଲାଭ ପାଇବେ । ପାରିବାରିକ କାମରେ ଅଧିକ ଯାଆସ କରିବାକୁ ପଡିପାରେ । ଘରକୁ ବନ୍ଧୁ ଆସିବାର ସମ୍ଭାବନା ଅଛି । ନୂଆ ଯୋଜନା ତିଆରି କରିବେ ।

ମୀନ : ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ଘରକୁ ବନ୍ଧୁମାନଙ୍କର ଯିବା ଆସିବା ଲାଗି ରହିବ ।

Leave a Reply

Your email address will not be published. Required fields are marked *