ମମିତା ମେହେରଙ୍କ ପାଇଁ ଆନ୍ଦୋଳନ ଶେଷ ହେବନି, ଆଗକୁ ଲଢେଇ ଜାରି ରହିବ : ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : ମମିତା ମେହେର ହତ୍ୟା ପ୍ରସଙ୍ଗରେ ରାଜ୍ୟରେ କଂଗ୍ରେସ ଦେଇଥିବା ବନ୍ଦ ଡାକରା ସଫଳ ହୋଇଛି । ଏଥିପାଇଁ ରାଜ୍ୟବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ହାଇକୋର୍ଟ ଆଦେଶ ମାନି ହରତାଳ କରିଥିବାରୁ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ । ଏକଥା କହିଛନ୍ତି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ।

ସେ କହିଛନ୍ତି ଏହି ଏ ଆନ୍ଦୋଳନ ଏତିକିରେ ଶେଷ ହେବନି । ବନ୍ଦ ହେବ ନାହିଁ, ବରଂ ଆଗକୁ ବି ଏ ଲଢେଇ ଜାରି ରହିବ । ମମିତା ମେହେରଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦେଇନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଚୁପ ହୋଇ ବସିବ ନାହିଁ । ଦରକାର ପଡିଲେ ଉଚ୍ଚ ନ୍ୟାୟାଳୟକୁ ଯିବ କଂଗ୍ରେସ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *