ସୀମାନ୍ତରେ ପୁଣି ମାଓ ହିଂସା, ପୋଡିଦେଲେ ୭ଟି ଟ୍ରାକ୍ଟର

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ମାଓ ହିଂସା । ସୋମବାର ସକାଳ ସମୟରେ ପୋଲିସ କ୍ୟାମ୍ପ ଉପରେ ହମ୍‌ଲା ହୋଇଥିବା ବେଳେ ଏବେ ଆଉ ଏକ ହିଂସାର ଖବର ଆସିଛି । ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ୭ଟି ଟ୍ରାକ୍ଟର ନିଆଁ ଲଗାଇ ପୋଡିଦେଇଛନ୍ତି ଲାଲ୍‌ ବାହିନୀ ।

ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ବିଜାପୁର ଜିଲ୍ଲା ବାରସୁର ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରୁଥିଲେ ମାଓବାଦୀ । ରବିବାର ରାତିରେ ଠିକା କମ୍ପାନୀର କ୍ୟାମ୍ପ ପହଞ୍ଚି ଏହି ସବୁ ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ଏହାପରେ ଘଟଣାସ୍ଥଳରୁ ମାଓବାଦୀମାନେ ଫେରାର ହୋଇଛନ୍ତି ।

ସେପଟେ ଘଟଣା ସଂପର୍କରେ ସୂଚନା ପାଇ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏହି ହିଂସାରେ ପ୍ରାୟ ୭ଟି ଟ୍ରାକ୍ଟର ଜଳିପୋଡି ପାଉଁଶ ହୋଇଯାଇଛି ।

Leave a Reply

Your email address will not be published. Required fields are marked *