ମାଲକାନଗିରି : ସତ ମୃତ୍ୟୁ ମିଛ ଭୂତ । ଭୂତ ଭୟରେ ସ୍କୁଲ ଛାଡିଲେ ମାଲକାନଗିରି କୋଲାଗଣ୍ଡା ଆଶ୍ରମ ସ୍କୁଲ ଛାତ୍ର । ଅଜଣା ରୋଗ ଆଉ ଟ୍ରିଟମେଣ୍ଟ ବିଫଳତାରୁ ଖସିବା ପାଇଁ ଭୂତ ଷଡଯନ୍ତ୍ର । ଅଜଣା ରୋଗରେ ୨ ଶିଶୁଙ୍କ ମୃତ୍ୟୁ ପରେ ଡ୍ୟାମେଜ କଣ୍ଟ୍ରୋଲ ଚକ୍ରାନ୍ତ ପୁଣି କିଛି ଅଘଟଣ ଘଟିବା ଆଗରୁ ପିଲାଙ୍କୁ ଠେଲିଦେଲେ ବିପଦ ମୁହଁକୁ । ବିବାଦରେ ସ୍ୱାସ୍ଥ୍ୟ ବିଭାଗ ଓ ଅନୁସୂଚିତ ଜାତି-ଜନଜାତି ବିକାଶ ବିଭାଗ । ମାଲକାନଗିରି କୋଲାଗଣ୍ଡା ଆଶ୍ରମ ସ୍କୁଲରେ ଜଣଙ୍କ ପରେ ଜଣେ ପିଲା ସ୍କୁଲ ଛାଡୁଛନ୍ତି, ଘରକୁ ଫେରୁଛନ୍ତି ।
କାରଣ ହେଉଛି ଭୂତ ଭୟ । ଇଏ ସେହି ଆଶ୍ରମ ସ୍କୁଲ ଯେଉଁଠାରେ ଅଜଣା ରୋଗରେ ଦୁଇ ଶିଶୁଙ୍କ ଜୀବନ ଯାଉଛି । ଏବେବି ୧୨ ଜଣ ମାଲକାନଗିରି ମୁଖ୍ୟ ଚିକିତ୍ସାଧୀନ ଅଛନ୍ତି । ଆଉ ଏପଟେ ମୃତ୍ୟୁ ଓ ଚିକିତ୍ସା ଦୋଷରୁ ଖସିବା ପାଇଁ ବଡ଼ ଷଡଯନ୍ତ୍ର । ସ୍କୁଲରେ ଭୁତ ବାହାରୁଛି ବାହାନାରେ ଅଭିଭାବକଙ୍କୁ ଡାକି ତାଙ୍କ ଟିପ ଚିହ୍ନ ମରାଇ ପିଲାଙ୍କୁ ପଠାଇ ଦେଉଛନ୍ତି ଘରକୁ । ପିଲା ଘରକୁ ଯିବେ । ଜଙ୍ଗଲ, ଉପାନ୍ତ ଅଞ୍ଚଳରେ ରହିବେ ଚିକିତ୍ସା ସୁବିଧା ବି ପାଇବେନି । ଗୁଣିଆ ପାଖକୁ ଯିବେ । କିଛି ବି ଅଘଟଣ ଘଟିପାରେ । ଏବେ ବଡ଼ ପ୍ରଶ୍ନ ଭୂତ ବାହାରୁଛି କହି ପିଲାଙ୍କୁ ଘରକୁ ପଠାଇଦେବା ଷଡଯନ୍ତ୍ର ପଛରେ କିଏ ?
କାହିଁକି ଭୂତ ମିଛ ବୋଲି ପିଲାଙ୍କୁ କରାଗଲାନାହିଁ ସଚେତନ, ଅଜଣା ରୋଗର ଭୟରୁ ବଂଚିବା ପାଇଁ ଇଏ ଚକ୍ରାନ୍ତ ନୁହେଁ କି, ଘରକୁ ପଠାଇ ପିଲାଙ୍କୁ ବିପଦ ମୁହଁକୁ ଠେଲିଦିଆଯାଉନାହିଁ କି, ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଶିଶୁଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । କାରଣ ଖୋଜୁଛନ୍ତି ଡାକ୍ତର ।
