ମୁଣ୍ଡଳିରେ ପ୍ରବାହିତ ହେଉଛି ୫ ଲକ୍ଷ ୭୮ ହଜାର ୧୭୦ ଘନଫୁଟର ଜଳ, ଆହୁରି ବଢିବ

କଟକ : ମହାନଦୀରେ ବଢୁଛି ଜଳସ୍ତର । ପୂର୍ଵାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ସେକେଣ୍ଡ ପ୍ରତି ୫ ଲକ୍ଷ ୭୮ ହଜାର ୧୭୦ ଘନଫୁଟ ଜଳ ପ୍ରଵାହିତ ହେଉଛି । ୧୦ଟା ଵେଳେ ମୁଣ୍ଡଳୀ ଦେଇ ୫ ଲକ୍ଷ ୬୮ ହଜାର ୭୮୦ ଘନଫୁଟ ଜଳ ପ୍ରଵାହିତ ହେଉଥିଲା ।

ସେହିପରି ପ୍ରତି ଘଣ୍ଟାରେ ମୁଣ୍ଡଳୀ ନିକଟରେ ମହାନଦୀରେ ପ୍ରାୟ ୧୦ ହଜାର ଘନଫୁଟ ଵନ୍ୟାଜଳ ଵୃଦ୍ଧି ପାଉଛି । ଏବେ ଖଇରମାଳରେ ସେକେଣ୍ଡ ପ୍ରତି ୯ ଲକ୍ଷ ୧୦ ହଜାର ଘନଫୁଟ ଵନ୍ୟାଜଳ ପ୍ରଵାହିତ ହେଉଛି । ଏହି ଵନ୍ୟାଜଳ ମୁଣ୍ଡଳୀ ନିକଟରେ ପହଞ୍ଚିବା ପାଇଁ ୧୨ ଘଣ୍ଟା ସମୟ ଲାଗିଵ । ତେଣୁ ରାତି ୧୦ଟା ଵେଳକୁ ମୁଣ୍ଡଳୀରେ ପ୍ରାୟ ୧୦ ଲକ୍ଷ ଘନଫୁଟ ଜଳ ପ୍ରଵାହିତ ହେଵାର ଆକଳନ କରାଯାଉଛି । ମୁଣ୍ଡଳୀ ନିକଟରେ ମହାନଦୀର ଜଳସ୍ତର ୮୬ ଦଶମିକ ୬୦ଫୁଟ ଥିବା ଵେଳେ ଏଠାରେ ବିପଦ ସଙ୍କେତ ହେଉଛି ୯୭ ଫୁଟ । ସେହିଭଳି ନରାଜ ନିକଟରେ କାଠଯୋଡିରେ ସେକେଣ୍ଡ ପ୍ରତି ୨ ଲକ୍ଷ ୭୦ ହଜାର ଘନଫୁଟ ଜଳ ପ୍ରଵାହିତ ହେଉଛି ।

Leave a Reply

Your email address will not be published. Required fields are marked *