ଚାଓମିନ କାରଖାନାରେ ଶ୍ଵାସରୁଦ୍ଧ ହୋଇ ୩ ମୃତ

ଗଜପତି : ଗଜପତି ମୋହନାରେ ଅଘଟଣ । ଚାଓମିନ କାରଖାନାରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ ଘଟିଛି । ତିନି ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୋହନା ସହର ନାରାୟଣ ନଗର ଏକ ଚାଓମିନ କାରଖାନାରେ ଏଭଳି ଘଟଣା ଘଟିଛି । ମାଲିକ ସମେତ ସହକର୍ମୀ ଦୁଇ ଜଣ ରାତିରେ କାମ କରି ଶୋଇଥିଲେ ।

କିନ୍ତୁ ସକାଳୁ ସେମାନେ ଉଠିବାରେ ବିଳମ୍ବ ଯୋଗୁଁ ଲୋକେ କବାଟ ବାଡେଇ ଡାକିଥିଲେ ।  ସ୍ଥାନୀୟ ଲୋକେ  ଦମକଳ ବିଭାଗକୁ ଖବର ଦେଇଥିଲେ । ମୋହନା ଦମକଳ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *