ବାବା ଗୋରଖନାଥଙ୍କ ମନ୍ଦିରରୁ ଚୋରି ଅଭିଯୋଗ

ଭଦ୍ରକ : ବାବା ଗୋରଖନାଥଙ୍କ ମନ୍ଦିରରୁ ଚୋରି ଅଭିଯୋଗ । ଜଗତସିଂହପୁର  ତ୍ରିତୋଲ ଥାନାର ପ୍ରସିଦ୍ଧ ବାବା ଗୋରେଖାନାଥଙ୍କ ମନ୍ଦୀରରୁ ବିଳମ୍ବିତ ରାତିରେ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି କଲେ ଦୁର୍ବୁତ । ଘଟଣା ସ୍ଥଳରେ ବର୍ତ୍ତମାନ ସୁଧା ପହଂଚିନାହିଁ ପୋଲିସ । ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସିକୁରିଟି ଓ ପୋଲିସ ଅଧିକାରି ଶୋଇଥିବା ବେଳେ କିଛି ଦୁବୁର୍ତ ୨ ନମ୍ବର ହୁଣ୍ଡି ଦାନବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରି ନେଇଯାଇଛନ୍ତି ।

ପୋଲିସର ଖାମ୍ ଖିଆଲି ମନୋଭାବ ପାଇଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ମନ୍ଦିରରୁ ଚୋରି ହେବା ଏହା ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ବି ଏନେଇ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *