ଭୁବନେଶ୍ବର : ବେକାର ଯୁବକ/ଯୁବତୀଙ୍କୁ ଚାକିରି ଦେବାର ଲୋଭ ଦେଖାଇ ସାଇବର ଅପରାଧୀମାନେ ପୁଣି ନିଜର ଜାଲ ବିଛାଇବା ଆରମ୍ଭ କରିଛନ୍ତି । ଏଥିପାଇଁ ଅଜଣା ନମ୍ବରରୁ ମେସେଜ୍ ଓ ଲିଙ୍କ୍ ପଠାଉଛନ୍ତି । ଘରେ ବସି କାମ କରି ମାସିକ ୨୦ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରିବେ ବୋଲି ମେସେଜ୍ ଦେଖି ଯୁବପିଢ଼ି ଲୋଭାସକ୍ତ ହୋଇ ଠକେଇର ଶିକାର ହେଉଛନ୍ତି ।
ଏନେଇ ଆଜି ଓଡ଼ିଶା ପୁଲିସ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଟୁଇଟ୍ କରି ସତର୍କ କରାଇଛି । କୌଣସି ଅଜଣା ନମ୍ବରରୁ ଆସୁଥିବା ଅନଧିକୃତ ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଭଳି ଲୋଭନୀୟ ମେସେଜ୍ରେ ବିଶ୍ବାସ ନକରି ନିଜ ଦକ୍ଷତା ଉପରେ ଆସ୍ଥା ରଖିବାକୁ ସେଥିରେ ଉଲ୍ଲେଖ କରାଯାଇଛି ।
