କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜ୍ୟରେ ଥମିବାର ନା ଧରୁନି ନିଶା କାରବାର । କେନ୍ଦ୍ରାପଡାରେ ପୁଣି ଧଳା ଜହର ଜବତ । ଟାଉନଥାନାର ଚଢ଼ାଉରେ ୩ ବେପାରୀଙ୍କ ଠାରୁ ୨.୨ ଗ୍ରାମର ଧଳା ଜହର ଜବତ କରାଯାଇଛି । ସେମାନଙ୍କ ପାଖରୁ ୩ ଟି ମୋବାଇଲ ମଧ୍ୟ ଜବତ କରାଯାଇଛି । ସେମାନେ ହେଲେ କେନ୍ଦ୍ରାପଡା ଟାଉନର ଫକୀରବାଦର ସେକ ରାହିଲ, ମହୀପାଳର ମିର ନିଜାମୁଦିନ, ହଜାରିବଗିଚାର ସୁଶାନ୍ତ ରାଉତ । ଜବତ ପରେ ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି ।
ଏହି କିଛି ଦିନ ପୁର୍ବରୁ ରାଜଧାନୀରେ ଦୁଇ କୁଖ୍ୟାତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ଏସଟିଏଫ । ବରମୁଣ୍ଡା ଅଞ୍ଚଳରେ ବ୍ରାଉନସୁଗର କାରବାର ବେଳେ ମାଡି ବସିଥିଲା ଏସଟିଏଫ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧ କେଜି ୨୩୮ ଗ୍ରାମ ବ୍ରାଉନସୁଗର ସହ ନଗଦ ୧୭ ହଜାର ଟଙ୍କା, ଫେକ୍ ଆଇଡି କାର୍ଡ ଜବତ କରିଛି । ଅଭିଯୁକ୍ତମାନେ ହେଲେ କପିଲ ଦେବ ମଜୁମଦାର ଓ ରଶ୍ମି ରଞ୍ଜନ ଭୋଳ ।
ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ । ପୋଲିସ ଆଖିରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ନକଲି ପୋଲିସ ଆଇଡି କାର୍ଡ ଓ ଡାକ୍ତର ଆଇଡି କାର୍ଡ ବ୍ୟବହାର କରୁଥିଲେ ।
ନିକଟରେ ଖୋର୍ଦ୍ଧା ନିକଟରୁ ୧ କେଜି ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ବ୍ରାଉନସୁଗାର ଜବତ ସହ ୩ ବେପାରୀଙ୍କୁ ଗିରଫ କରିଥିଲା ଏସଟିଏଫ । ରାଜ୍ୟରେ ଧଳା ଜହର କାରବାର ବଢ଼ି ଚାଲିଥିବା ବେଳେ ୨୦୨୦ ପର ଠାରୁ ୫୧ କେଜି ବ୍ରାଉନ ସୁଗାର /ହିରୋଇନ୍ ଜବତ କଲାଣି ଏସଟିଏଫ । ଏଥି ସହିତ ଏହି ଦୁଇ ବର୍ଷ ମଧ୍ୟରେ ୨୦୨ ଗ୍ରାମ କୋକେନ୍ ଏବଂ ଗଞ୍ଜା ୯୩ କ୍ୱିଣ୍ଟାଲରୁ ଅଧିକ ଜବତ କରିଥିବାବେଳେ ୧୪୪ ରୁ ଅଧିକ ଡ୍ରଗ୍ ଡିଲର / ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ।
