ସୋର : ସୋର ଆରଡିରେ ଜେଇ ଭାବେ କାର୍ଯ୍ୟରତ ବାବୁ ଆରଣ ଖାଲି ଯେ ଅନନ୍ତପୁର କଲେଜ ରାସ୍ତା କାମରେ ଠିକାଦାରଙ୍କ ସହ ମିସି ନିମ୍ନ ମାନର କାମ କରେଇ ହଟହଟା ହୋଇ ନାହାନ୍ତି । ଇଏ ଜେଇ ମହାଶୟ ସୋରରେ ଅନ୍ୟ କେତୋଟି ସ୍ଥାନରେ ମଧ୍ୟ ନିମ୍ନ ମାନର କାମ କରାଇ ବେସ ବଦନାମ ହୋଇଛନ୍ତି । ଏମିତିକି ସୋରର ବର୍ତ୍ତମାନର ବିଧାୟକ ପର୍ଶୁରାମ ଧଡା ତାଙ୍କ ବିରୁଦ୍ଧରେ ତାଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଠୁ ନେଇ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଚିଠି ଲେଖି ହରମୋହନ ଆରଣଙ୍କ କଳାକାରାନାମା ସମ୍ପର୍କରେ ଜଣାଇଛନ୍ତି । ବିଧାୟକଙ୍କ ଚିଠି ମୁଳେ ବାବୁ ଆରଣ କୁଆଡେ ଜଣେ ଅଭ୍ୟାସ ଗତ ଠକ, ଠିକାଦାରମାନଙ୍କ ସହ ସେଟିଂ ହୋଇ ଲୁଟ ତରାଜ କରିବାରେ ମାଷ୍ଟର । ତେବେ ୟା ଠାରୁ ବଡ ଲଜ୍ୟାର ବିଷୟ ଆଉ କ’ଣ କିଛି ଥାଇ ପାରେ ?

ସରକାରଙ୍କ ଟଙ୍କାରେ ଦରମା ନେଉଥିବା ଜଣେ ସରକାରୀ କର୍ମଚାରୀ ଠିକାଦାରଙ୍କ ପ୍ରେମର ମସଗୁଲ ହୋଇଯିବେ ଆଉ ଠିକାଦାରମାନଙ୍କୁ ଅନୁକମ୍ପା ଦେଖେଇବେ ଯାହାର ଫଳ ସ୍ବରୂପ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ, ସରକାରଙ୍କ ଟଙ୍କା ଅପଚୟ ହେବ, ଠିକାଦାର ଓ ଜେଇ ମାଲେ ମାଲ ହେବେ । ଅନ୍ୟପଟେ ସରକାରୀ ଦଳର ବିଧାୟକ ବଦଳି ପାଇଁ ଚିଠି ଲେଖିବା ଏବଂ ସେ ଜେଇଙ୍କର କଳାକାରାନାମା ବାବଦରେ ବହୁଥର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀମାନେ ନିରବ ରହିବା କଉଠିନା କଉଠି ଉପରିସ୍ତ ଅଧିକାରୀଙ୍କ ଜେଇଙ୍କ ସହ ଅବୈଧ ସମ୍ପର୍କ ଆଡକୁ ଇଙ୍ଗିତ କରୁନି କି ? କଥା ହେଲା ବିଧାୟକ ମହୋଦୟ ଜେଇଙ୍କ ଅଣଗୁରିଆମିକୁ ନେଇ କାର୍ଯାନୁଷ୍ଠାନ ପାଇଁ ଚିଠି ଲେଖିଛନ୍ତି ନା ଏ ଚିଠି ଧର୍ମକୁ ଆଖିଠାର । କିନ୍ତୁ ଦେଖିବାକୁ ବାକି ରହିଲା ଆରଣଙ୍କୁ ସୋରରେ ବେଆଇନ ଭାବେ ପୋଷ୍ଟିଂ କରାଇବା ପଛରେ କାହାର ଭୂମିକା ଅଛି ଆଉ ତା’ର ଖୋଲାସା ହେଉଛି କି ନାହିଁ ? ଆଉ ଆମ ବିଧାୟକ ମହୋଦୟ ଏଥିପାଇଁ ବିଧାନ ସଭାରେ ପ୍ରଶ୍ନ କରୁଛନ୍ତି କି ନାହିଁ ? ଅବଶ୍ୟ ସୋରର ବିରୋଧିମାନେ ନିର୍ବାଚନ ଆସିଲେ ନିଦରୁ ଉଠନ୍ତି ସାଧାରଣ ଲୋକଙ୍କ ସମସ୍ୟା କଥା କହିଲେ ତାଙ୍କର କ’ଣ ଫଳିବ ବରଂ ସମୟ ସୁବିଧା ଦେଖି ଜେଇ ମହୋଦୟଙ୍କ ପାଖରୁ କିଛି ନେଇ ନେଲେ ଭଲ । ତେବେ ସମୟ କହିବ କେବେ ଏଇ ଜେଇ ହରମୋହନ ଆରଣ ମହୋଦୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ।
