ଭୁବନେଶ୍ୱର : ପୁଣି ବିବାଦରେ ହ୍ୟୁମାନ ସାଗର । ଜଗନ୍ନାଥ ଭଜନ ବୋଲିବେ ନାହିଁ କହି ବିବାଦରେ ହ୍ୟୁମାନ ସାଗର । ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଲେ ଧମକ । ଥାନାରେ ପହଞ୍ଚିଲା ମାମଲା । ସାଗର ସଙ୍ଗମର ମାଲିକ ମହମ୍ମଦ ଅବିଦ ଓରଫ ବବୁଲଙ୍କ ନାମରେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କଲେ ସଙ୍ଗୀତ ନିର୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ।
ଦେବାଶିଷ ହ୍ୟୁମାନ ସାଗରଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ଅଫର୍ ଦେଇଥିଲେ । ମାତ୍ର ହ୍ୟୁମାନ ଭଜନ ଗାଇବାକୁ ମନା କରିଥିଲେ । ତେବେ ହ୍ୟୁମାନ ସାଗରଙ୍କ ସହଯୋଗୀ ବବୁଲ ରାଜେଶ ନାୟକଙ୍କୁ ଫୋନ କରି ଜାପାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ଯାହାକୁ ନେଇ ବିବାଦ ଉପୁଜିଛି । ତେବେ ଆଗରୁ ମଧ୍ୟ ଅନେକ ଥର ବିବାଦକୁ ଆସିଛନ୍ତି ଏହି ସିଙ୍ଗର । କରୋନା ଗୀତ ଗାଇ ଟ୍ରୋଲ ହୋଇଥିଲେ ହ୍ୟୁମାନ । ‘ଝିଅ ନୁହେଁ ତୁ କରୋନା ଭାଇରସ୍’ ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଜୋର ଧରିଥିଲା । ଆଉ ବିବାଦକୁ ଆସିଥିଲେ ହ୍ୟୁମାନ ସାଗର ।
