ଯାଜପୁର : ଯାଜପୁର ବଡ଼ଚଣାର ବିଜେଡି ନେତା ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ । RIଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଅପହରଣ ଉଦ୍ୟମ ଘଟଣାରେ ଗିରଫ କଲା ବାଲିଚନ୍ଦ୍ରପୁର ପୋଲିସ । ଏକ ଜାଲ ପ୍ରମାଣ ପତ୍ର ପ୍ରସ୍ତୁତ କରିବାକୁ RIଙ୍କୁ ବାଧ୍ୟ କରୁଥିଲେ ଅନନ୍ତ ।
RI ମନା କରିବାରୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ ମଧ୍ୟ କରିଥିଲେ । ଥାନାରେ ଏତଲା ପରେ ବାଲିଚନ୍ଦ୍ରପୁର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ବାଲିଚନ୍ଦ୍ରପୁର ଥାନାରେ ୨ଟି ପୋଲିସ ଗାଡ଼ି ପୋଡ଼ି ଘଟଣାରେ ଗିରଫ ହୋଇଥିଲେ ଅନନ୍ତ ନାରାୟଣ ଧଳ ।
