ବରଗଡ଼ : ଜିଲ୍ଲାରେ ଖରାଦିନିଆ ବ୍ୟାପକ ଜଂଗଲ ଜଳୁଛି । କାଠ ଏବଂ କୋଇଲା ସଂଗ୍ରହ ପାଇଁ ଦୁର୍ବୃତ୍ତମାନେ ଜାଣିଶୁଣି ଜଂଗଲରେ ନିଆଁ ଲଗାଇ ଦେଉଛନ୍ତି । ଯଦ୍ବାରା ଖରାଦିନରେ ମିଳୁଥିବା ବନଜାତ ଦ୍ରବ୍ୟ ପୋଡ଼ି ପାଉଁଶ ହୋଇଯାଉଛି । ଡେବ୍ରିଗଡ଼, ପପଙ୍ଗା ପାହାଡ଼, ଗନ୍ଧମାର୍ଦ୍ଦନ ସମେତ ଅନ୍ୟ ଗ୍ରାମ୍ୟ ଜଂଗଲରେ ନିଆଁ ଲାଗିଛି । ଫଳରେ ଚାର, କେନ୍ଦୁ, ଜାମୁ, କରଡ଼ି, ଜଂଗଲି ଛତୁ ଭଳି ବନଜାତ ଦ୍ରବ୍ୟ ଉଜୁଡ଼ି ଯାଉଛି । ଏକଦା ଏସବୁ ବନଜାତ ଦ୍ରବ୍ୟ ପାଇଁ ବରଗଡ଼ ଜିଲ୍ଲା ପ୍ରସିଦ୍ଧି ଲାଭ କରିଥିଲା । ହେଲେ ବନଜାତ ଫଳମୂଳ ଆଉ ବଜାରରେ ଉପଲବ୍ଧ ନାହିଁ । କାଁ ଭାଁ କୌଣସି ଗାଁ ହାଟରେ ଏସବୁ ମିଳୁଛି । ତାହା ପୁଣି କୌଣସି ପର୍ବପର୍ବାଣି ଆସିଲେ ହିଁ । ବନଜାତ ଫଳମୂଳ କ୍ରମଶଃ ଦୁର୍ଲଭ ହୋଇଯାଇଛି । ଦୁଇ ଦଶନ୍ଧି ହେଲା ବରଗଡ଼ ଜିଲ୍ଲାେର ଜ˚ଗଲର ଘନତ୍ବ ଆସ୍ତେ ଆସ୍ତେ କମି ଯାଉଛି । ପ୍ରତି ବର୍ଷ ହଜାର ହଜାର ହେକ୍ଟର ଜ˚ଗଲରେ ନିଆଁ ଲାଗୁଛି । ମୂଲ୍ୟବାନ ଗଛ ଏବ˚ ଔଷଧୀୟ ଗୁଳ୍ମ ନଷ୍ଟ ହେଉଛି ।
ଆଗରୁ ଜ˚ଗଲ ପାଖାପାଖି ରହୁଥିବା ବନଜାତ ଦ୍ରବ୍ୟ ଉପରେ ହିଁ ନିର୍ଭର କରୁଥିଲେ । ୧୯୯୨ ମସିହାର ସରକାରୀ ସର୍ଭେ ରିପୋର୍ଟ ଅନୁସାରେ ବରଗଡ଼ ସମେତ ପଶ୍ଚିମ ଓଡ଼ିଶାରେ ଚାର, କେନ୍ଦୁ, ଖଜୁରି, ହରିଡ଼ା, ବାହାଡ଼ା ଅଁଳା, କଁଟେଇ କୋଳି, ଲଟି ବୁରୋ, ଆମ୍ବ ସମେତ ମୋଟ୍ ୩୭ଟି ବନଜାତ ଫଳମୂଳ ପ୍ରଚୁର ପରିମାଣରେ ମିଳୁଥିଲା । ଏଥିରୁ କୁସୁମ, କର˚ଜ ଏବ˚ ନାଗେଶ୍ବର ଆଦି ଜ˚ଗଲଜାତ ଦ୍ରବ୍ୟ ଗୋଟିଏ ହିସାବରେ ବିଲୁପ୍ତ ଦ୍ବାରଦେଶରେ । ଅନ୍ୟ ଫଳମୂଳର ପରିମାଣ ମଧୢ ହ୍ରାସ ପାଇଛି । ଆଖିବୁଜା ଜ˚ଗଲ କାଟ୍ ଯୋଗୁଁ ମହୁଲ ଫୁଲ, କେନ୍ଦୁ, କରଡ଼ି ଆଉ ଆଗଭଳି ସହଜରେ ଉପଲବ୍ଧ ରହୁନାହିଁ । ଏକଦା ଗାଁଗାଁରେ ସହଜରେ ମିଳୁଥିବା ଖଜୁରୀ କନ୍ଦା ଏବେ ବିରଳ ପାଲଟିଛି । ଅଧିକା˚ଶ ଖଜୁରୀ ଗଛରୁ ତାଡ଼ି ସ˚ଗ୍ରହ କରାଯାଉଥିବାରୁ ଗଛରୁ ଆଉ ଫଳ ବାହାରୁ ନାହିଁ । ବଜାରରୁ ଦେଶୀ ଏବ˚ ଜ˚ଗଲର ଫଳମୂଳକୁ ହଟାଇ ବିଦେଶୀ ଫଳ ଆସ୍ଥାନ ଜମାଇଛି ।
