ବସ୍‌କୁ ପିଟିଲା କଣ୍ଟେନର, ଏକାଧିକ ଯାତ୍ରୀ ଆହତ

ଜଳେଶ୍ୱର : ବସ୍‌କୁ ପଛପଟୁ ପିଟିଲା କଣ୍ଟେନର । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ବସ୍‌ଟି ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ମୁରାରୋଇ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା । ହେଲେ ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ୍‌ ପ୍ଲାଜା ନିକଟରେ ଏକ କଣ୍ଟେନର ଏହି ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଇଥିଲା । ଯାହା ଫଳରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏପିରିକି  ବସର ପଛ ସିଟରେ ବସିଥିବା ୩ ଯାତ୍ରୀ ଚାପି ହୋଇଯାଇଥିବା ଜଣାପଡିଛି । ଅନ୍ୟ ଯାତ୍ରୀ ସୁରକ୍ଷିତ ଥିବାବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *