ପିପିଲିରେ ନାହିଁ ବସ ଷ୍ଟାଣ୍ଡ : ସହର ଭିତରେ ପସୁନି, ବାଇପାସ୍ ଦେଇ ଯାଉଛି ବସ

ପୁରୀ : ପିପିଲିରେ ନାହିଁ ବସ ଷ୍ଟାଣ୍ଡ୍ । ଯାତ୍ରୀମାନେ ଛକରେ ଥିବା ଦୋକାନ ସମ୍ମୁଖରେ ଅପେକ୍ଷା କରୁଥିଲାବେଳେ ଖରା କିମ୍ବା ବର୍ଷାରେ ଦୋକାନ ତଳେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ହେଲେ ଦୀର୍ଘ ଦିନ ହେବ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  କିଛି ବସ ମଧ୍ୟ ପିପିଲି ସହରାଞ୍ଚଳକୁ ନଆସି ବାଇପାସ୍ ଦେଇ ଯାଉଥିବା ଯୋଗୁଁ ସ୍ଥାନୀୟ ଯାତ୍ରୀ ସମସ୍ୟା ଦ୍ଵିଗୁଣିତ ହୋଇଛି ।

ଗତ ଦୁଇ ମାସ ପୂର୍ବେ ପୁରୀ ଉପଜିଲ୍ଲାପାଳ ପିପିଲିର ପ୍ରବେଶ ପଥ ଟୋଲ୍ ଗେଟ୍ ନିକଟରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ପରିଦର୍ଶନରେ ଆସି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିବା ସୂଚନା ରହିଛି । ପୁରୀ ଜିଲ୍ଲା ବିଜେପି ସଭାପତି ସମଗ୍ର ଜିଲ୍ଳାର ବସ ଷ୍ଟାଣ୍ଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।  ନିମାପଡ଼ାରେ ନବ ନିର୍ମିତ ବସ ଷ୍ଟାଣ୍ଡ୍ ହୋଇଛି । ହେଲେ ଏହା ବୁଲା ଗୋରୁ ଗାଈ ଓ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ଯେଉଁଠି ବସ ଷ୍ଟାଣ୍ଡ୍ ନାହିଁ ସରକାରଙ୍କ ତା’ ଉପରେ ଆନ୍ତରିକତା ନାହିଁ ଏବଂ ସରକାର ବସ ଷ୍ଟାଣ୍ଡ ନିର୍ମାଣ କରିବା ପୂର୍ବରୁ ଏକ ସର୍ଭେ କରି ସ୍ଥାନୀୟ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ ନିର୍ମାଣ କରିବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *