ମାତିଛନ୍ତି ଲୁଟେରା, ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

କୋଣାର୍କ : ଗତ କିଛି ଦିନ ଧରି ଗୋପ, କୋଣାର୍କ ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ଏହି ଅଞ୍ଚଳରେ ବାରମ୍ବାର ମୂର୍ତ୍ତି ଚୋରି ସହ ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁବୃର୍ତ୍ତମାନେ ଲୁଟ୍ କରିବା ଅଭିଯୋଗ ହେଉଛି । ତେବେ ଗତକାଲି ବିଳମ୍ବିତ ରାତ୍ରରେ କୋଣାର୍କ ମେଡିକାଲ ନିକଟସ୍ଥ କରମଙ୍ଗା ଗ୍ରାମ ରାମ ମନ୍ଦିରରୁ ହୁଣ୍ଡି ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟ କରିଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଛି । ତେବେ ଦୀର୍ଘ ଚାରି ବର୍ଷ ଧରି ହୁଣ୍ଡି ଖୋଲା ଯାଇନଥିବା କହିଛନ୍ତି ପୂଜା କମିଟି । ଏନେଇ କୋଣାର୍କ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *